ୟୁକ୍ରେନ୍-ଋଷ ଯୁଦ୍ଧ ବିରୋଧରେ ଶିକ୍ଷକ ସଂଘର ପ୍ରତିବାଦ

ଖୋର୍ଦ୍ଧା: ଋଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଓ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଆଜି ନିଖିଳ ଉକ୍ରଳ ଶିକ୍ଷକ ମହାସଂଘ, ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଏକ ଶାନ୍ତି ଶୋଭାଯାତ୍ରା ଓ ଯୁଦ୍ଧ ବିରୋଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଠାରେ ଓଷ୍ଟାର ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ଶିକ୍ଷକ ନେତା ପ୍ରଫୁଲ ସାମନ୍ତରାୟ, ରବୀନ୍ଦ୍ରନାଥ ଶତ୍ପଥି, ଗୌରହରୀ ମିଶ୍ର, ଏବିଇଓ ସତ୍ୟବାନ୍ ଶ୍ରୀଚନ୍ଦନ, ବିଭୂ ପ୍ରସାଦ ହରିଚନ୍ଦନ, ଅବସର ପ୍ରାପ୍ତ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଦେବରାଜ ପ୍ରଧାନ, ଓଷ୍ଟାର ସମ୍ପାଦକ  ସୁଧାକର ମହାପାତ୍ର , ପ୍ରାଥମିକ ଶିକ୍ଷକସଂଘର ଖୋର୍ଦ୍ଧା ଶାଖା ସଭାପତି ଯୁଧିଷ୍ଠିର ସାହୁ,  ପ୍ରସନ୍ନ  କୁମାର  ମହାପାତ୍ର,  ନବ କିଶୋର  ମହାପାତ୍ର , ଗୋପାଳ ଚନ୍ଦ୍ର  ତି୍ରପାଠୀ, ଗୋପାଳ ଚନ୍ଦ୍ର ବାରିକ, ଭକ୍ତ ବଲ୍ଲଭ ଜେନା, ଖୋର୍ଦ୍ଧା  ବ୍ଲକ  ଓଲଷ୍ଟା ସମ୍ପାଦକ ଦୁର୍ଗା ପ୍ରସାଦ ମଙ୍ଗରାଜ  ପ୍ରମୁଖ ଯୋଗ ଦେଇଥିଲେ । ଯୁଦ୍ଧ କେବଳ ଦୁଇ ଦେଶର ସୈନିକ ନୁହେଁ ଏହାଦ୍ୱାରା ଲକ୍ଷାଧିକ ନିରୀହ ଜନତା, ଶିଶୁ, ବୃଦ୍ଧଙ୍କ ସହ ସମଗ୍ର ବିଶ୍ୱ କ୍ଷତି ସହେ । ଏଣୁ ତୁରନ୍ତ ଏହି ଯୁଦ୍ଧ ବନ୍ଦ କରି ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଶିକ୍ଷକ ସୁରେଶ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର