ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ। ଡିଏମ୍ଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏହି ସୂଚନା ଦେଇଛନ୍ତି। ଡା.ମହାନ୍ତି କହିଛନ୍ତି ଯେ ଆସନ୍ତାବର୍ଷ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ୨୦୨୬ ସୁଦ୍ଧା ତାଳଚେରରେ ମଧ୍ୟ ପ୍ରତିଷ୍ଠା ହେବ ମେଡିକାଲ କଲେଜ। ଆଗକୁ ସବୁ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବା ଲାଗି ରାଜ୍ୟ ସରକା ଯୋଜନା ରଖିଛନ୍ତି।
ରାଜ୍ୟରେ ବ୍ରହ୍ମପୁର, କଟକ ଓ ବୁର୍ଲା ସମେତ ମୋଟ ୧୦ଟି ସରକାରୀ ମେଡିକାଲ କଲେଜ ରହିଛି।
ଏହା ସହିତ ୨ଟି ପୋଷ୍ଟ ଗ୍ରାଜୁଏଟ ଓ ଡେଣ୍ଟାଲ ମେଡିକାଲ କଲେଜ ରହିଛି। ପୂର୍ବରୁ କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜରେ ୭୦୦ ଡାକ୍ତରୀ ସିଟ୍ ରହିଛି। ଏବେ ରାଜ୍ୟରେ ଖାଲିଥିବା ୭ଟି ନୂଆ ମେଡିକାଲ କଲେଜ ଯୋଗୁଁ ଆଉ ୭୦୦ ସିଟ୍ ଯୋଡ଼ି ହୋଇଛି। ଫଳରେ ରାଜ୍ୟର ସରକାରୀ ମେଡିକାଲ କଲେଜ ମୋଟ ଡାକ୍ତରୀ ସିଟ୍ ସଂଖ୍ୟା ୧୪୦୦କୁ ବୃଦ୍ଧି ପାଇଛି। ସବୁ ଜିଲ୍ଲାରେ ମେଡିକାଲ ଖୋଲିବା ପରେ ରାଜ୍ୟରେ ଦେଖା ଦେଉଥିବା ଡାକ୍ତର ଅଭାବ ସମସ୍ୟା ଦୂର ହେବ। ଏଥିପାଇଁ ରାଜ୍ୟ ସରକାର ବେଶ ଯତ୍ନବାନ ଓ ଭିତ୍ତିଭୂମିର ବିକାଶ କରାଯାଉଛି। ଏମବିବିଏସ ଡିଗ୍ରି ହାସଲ ପରେ ଦୁଇ ବର୍ଷିଆ ବଣ୍ଡ ବା ଚୁକ୍ତି କରାଯାଉଛି। ଏହାସହ ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରଯାଇଥିବା ଡା. ମହାନ୍ତି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Hospital.jpg)