ଗାରୋଇ : କାନ୍ଥରେ ଲେଖି ଦିଆଯାଇଛି ଅସୁରକ୍ଷିତ ଶ୍ରେଣୀ ଗୃହ। କିନ୍ତୁ ବିଦ୍ୟାଳୟ ପରିସରରେ ଥିବା ସେହି କୋଠାଗୁଡ଼ିକୁ ଭଙ୍ଗାଯାଇ ନାହିଁ। ଅସୁରକ୍ଷିତ କୋଠା ପାର୍ଶ୍ବରେ ଶିକ୍ଷାଦାନ ଚାଲୁଛି। ଛାତ୍ରଛାତ୍ରୀମାନେ ଖେଳକୁଦ ଓ ଚଳପ୍ରଚଳ ହେଉଛନ୍ତି। ନାଉଗାଁ ବ୍ଲକ୍ର ସେପରି ୭୬ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବିପଦସଙ୍କୁଳ କୋଠାରେ ଅବା ପାର୍ଶ୍ବବର୍ତ୍ତୀ ସ୍କୁଲରେ ପାଠ ପଢ଼ା ଚାଲୁଛି। ବ୍ଲକ ଶିକ୍ଷା ଅଧିକାରୀ ମନୋରମା ରାଉତ କହିଛନ୍ତି ଏହି ବିପଦସଙ୍କୁଳ କୋଠାଗୁଡ଼ିକୁ ପଞ୍ଚାୟତ କର୍ତୃପକ୍ଷ, ସ୍କୁଲ କମିଟିକୁ ଭାଙ୍ଗିବା ପାଇଁ କୁହାଯାଇଛି। ଅଧିକାଂଶ ସ୍ଥାନରେ ସେଗୁଡ଼ିକ ଭଙ୍ଗାଯାଇ ନାହିଁ ବୋଲି ସେ ସ୍ବୀକାର କରିଛନ୍ତି।
/sambad/media/post_attachments/wp-content/uploads/2023/03/garoio-school2.jpg)
ଉଲ୍ଲେଖଯୋଗ୍ୟ ବ୍ଲକର କଣ୍ଟୁଣିଆ କ୍ଲଷ୍ଟର୍ ଅଧୀନରେ ଥିବା ଡାବର ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଛତିୟାନା ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଜାମୁଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିପଦସଙ୍କୁଳ ଘୋଷିତ କୋଠା ଘର ରହିଛି। କୋରୁଅ କ୍ଲଷ୍ଟରର ତିରୁଣା, ଗାରୋଇ ଓ ୫-ଟିରେ ରୂପାନ୍ତରଣ ହୋଇଥିବା ବିଦ୍ୟାଳୟ ପରିସରରେ ରହିଛି ବିପଦପୂର୍ଣ୍ଣ ଶ୍ରେଣୀଗୃହ। ଡାହାଣିଖିଆ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗୋଦା ହାଟ କ୍ଲଷ୍ଟରର ଗଙ୍ଗୋଦା ହାଟ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ପୂର୍ବ ଓଷକଣା ପ୍ରାଥମିକ ବିଦ୍ୟାଳୟ ,ଭଟଣା ଉଚ୍ଚପ୍ରାଥମିକ ବିଦ୍ୟାଳୟ , ତେଣ୍ଟୋଇ ଉଚ୍ଚପ୍ରାଥମିକ ବିଦ୍ୟାଳୟର କୋଠା। ଗଙ୍ଗୋଦା ହାଟ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭଙ୍ଗା ଆଜବେଷ୍ଟସ୍ କୋଠରୀରେ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି। ପୁରୁଣା ଭଟଣା ପ୍ରାଥମିକ ବିଦ୍ୟାଳୟର ବିପଦସଙ୍କୁଳ ଛାତରୁ ପ୍ଲାଷ୍ଟର ଖସିବା ସହିତ ବର୍ଷାଦିନେ ପାଣି ଝରୁଥିବା କହିଛନ୍ତି ପ୍ରଧାନଶିକ୍ଷୟିତ୍ରୀ। ଗୋପାଳଜିଉ କ୍ଲଷ୍ଟର ଗଳଧାରି ଉଚ୍ଚପ୍ରାଥମିକ ବିଦ୍ୟାଳୟ , ମଠସାହି ପ୍ରାଥମିକ ବିଦ୍ୟାଳୟ, ବାସୁଦେବ ସରକାରୀ ଉଚ୍ଚବିଦ୍ୟାଳୟରେ ପାରାଦୀପ ପୋର୍ଟଟ୍ରଷ୍ଟ ପକ୍ଷରୁ ନିର୍ମିତ କୋଠା, ଅଲଣାହାଟ ଉଚ୍ଚପ୍ରାଥମିକ ବିଦ୍ୟାଳୟ ନହଡିପଡା ପ୍ରାଥମିକ ବିଦ୍ୟାଳୟ, ଅଙ୍ଗେଶ୍ବରପଡା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ୧୯୯୯ ମସିହା ମହାବାତ୍ୟାପରେ ଟାଟା କମ୍ପାନି ପକ୍ଷରୁ ନିର୍ମିତ ଦୁଇ ମହଲା କୋଠା ବିପଦସଙ୍କୁଳ ଘୋଷଣା କରାଯାଇଥିବା ବେଳେ ପିଲାମାନେ ସେଠାରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2023/03/garoi-school.jpg)
୨୦୨୨ରେ କୋଟିଏରୁ ଅଧିକ ଟଙ୍କାରେ ବିଦ୍ୟାଳୟକୁ ୫ଟି ରୂପାନ୍ତରଣ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ନଳାଙ୍ଗ ପ୍ରାଥମିକ ବିଦ୍ୟାଳୟରୁ ବର୍ଷାଦିନେ ପାଣି ଝରୁଛି। ବାଣୀପିଠ କ୍ଲଷ୍ଟର ଜାମୁଦଣ୍ତା ଉଚ୍ଚପ୍ରାଥମିକ ବିଦ୍ୟାଳୟ ବିପିନ ବିହାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ତିହୁଡା ପ୍ରାଥମିକ ବିଦ୍ୟାଳୟରେ ନିର୍ମିତ ପାରାଦୀପ ପୋଟ ଟ୍ରଷ୍ଟ କୋଠା ବିପଦସଙ୍କୁଳ ଅବସ୍ଥାରେ ରହିଛି। ତୁରନ୍ତ ସେଗୁଡ଼ିକ ଭଙ୍ଗା ନଗଲେ ଯେକୌଣସି ମୁହୂର୍ତରେ ବଡ଼ ଧରଣର ଅଘଟଣ, ଧନଜୀବନ ହାନୀକୁ ଏଡ଼ାଇ ଦିଆଯାଇ ନପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/garoi-school-2a.jpg)