ନିଆରା ପ୍ରୟାସ: ନିରାଶ୍ରୟ ଲୋକଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କମ୍ବଳ ବାଣ୍ଟିଲେ ଟିମ୍ ହ୍ୟୁମାନିଟି

ଭୁବନେଶ୍ବର: ୨୦୨୦ମସିହା ସଭିଙ୍କୁ ଦୁଃଖ ଦେଇ ବିଦାୟ ନବାକୁ ବସିଥିଲାବେଳେ ଏ ହାଡ଼ଭଙ୍ଗା ଶୀତ ତାର ପସରା ମେଲେଇ ବସିଛି I ଏ ହାଡ଼ଭଙ୍ଗା ଶୀତରୁ ଅସହାୟ, ଭିନ୍ନକ୍ଷମ, ନିରାଶ୍ରୟ ଏବଂ ବୃଦ୍ଧା ଲୋକଙ୍କୁ ରକ୍ଷା କରି ତାଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଟିମ ହ୍ୟୁମାନିଟି (ସୁଖ ଦୁଃଖର ସାଥି) ରାଜକନିକା ଶାଖା ତରଫରୁ ଏକ ନିଆରା ପ୍ରୟାସ କରାଯାଇଛି I ଏଥିରେ ଟିମର ଭୁବେନେଶ୍ୱରର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ହୋଇ ଅସହାୟ ଲୋକଙ୍କୁ ପ୍ରେରଣା ଯୋଗାଇଛନ୍ତି I ରାଜକନିକାସ୍ଥିତ ରାଜବାଟୀ ମେଲଣ ପଡିଆରେ ସବୁ ସଦସ୍ୟ ଉପସ୍ଥିତ ହୋଇ ଏ ପ୍ରଥମ ପ୍ରୟାସ କେମିତି ସଫଳ ଭାବରେ ସମ୍ପାଦନ ହେବ ତାର ଖସଡ଼ା ପ୍ରସ୍ତୁତ କରିଥିଲେ। ଏହା ସହ ରାଜକନିକାର ପ୍ରତି ଗାଁରେ କେମିତି ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନକରି ଶୀତ ଦାଉରୁ ରକ୍ଷା କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା I

ତେବେ ପ୍ରଥମ ଦିନରେ କାଟଣା ବଣିଆ ଓ କୋଇଲିପୁର ପଞ୍ଚାୟତର ସମସ୍ତ ଗ୍ରାମର ଅସହାୟ ଲୋକଙ୍କ ପାଖରେ ପହଞ୍ଚି ଟିମ ହ୍ୟୁମାନିଟିର ସଦସ୍ୟ କମ୍ବଳ ବଣ୍ଟନ କରିଥିବା ଜଣା ପଡ଼ିଛି। ଗତକାଲିଠାରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୨୫ ପର୍ଯ୍ୟନ୍ତ ରାଜକନିକାର ପ୍ରତି ଗାଁରେ କମ୍ବଳ ବଣ୍ଟନ କରି ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇ ଏ ୨୦୨୦ବର୍ଷକୁ ବିଦାୟ କରିବାର ନିଷ୍ପତ୍ତି ନେଇଛନ୍ତି ଟିମ ହ୍ୟୁମାନିଟି (ସୁଖ ଦୁଃଖର ସାଥି)ର ସଦସ୍ୟ I

ରାଜକନିକା ବ୍ଲକରେ ମୋଟ ୧୬୩ଗ୍ରାମରୁ ପ୍ରଥମ ପର୍ଯ୍ୟାୟରେ ପୂର୍ବ ଏବଂ ମଧ୍ୟ୍ୟ କନିକାର ମୋଟ ୫୫ଗ୍ରାମର ଅସହାୟ ଏବଂ ନିରାଶ୍ରୟ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନର ଲକ୍ଷ୍ୟ ରଖାଯାଇଛି I ଏହା ଆଗାମୀ ଦୁଇ ତିନି ଦିନ ଭିତରେ ଶେଷ କରିବାର ନିଷ୍ପତ୍ତି ନିଆଯାଇଛି I ଆଜିର ଏ କାର୍ଯ୍ୟକ୍ରମରେ ଭୁବନେଶ୍ୱର ପକ୍ଷରୁ ୭ଜଣ ଏବଂ ରାଜକନିକା ତରଫରୁ ୧୫ଜଣ ସଦସ୍ୟ ଯୋଗଦାନ କରିଥିଲେ I ଆଜି ଦିନଭିତରେ ରେ ୨୫ଟି ଗ୍ରାମରେ ୭୦ଜଣ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରା ଯାଇଛି I ଆଜିର ସଫଳ କାର୍ଯ୍ୟକ୍ରମ ପାଇଁ ଟିମର ସଭାପତି ନାରାୟଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି I

ସମ୍ବନ୍ଧିତ ଖବର