କୋରାପୁଟ: ନନ୍ଦପୁର ବ୍ଲକ ପନ୍ଥାଲୁଙ୍ଗ ପଞ୍ଚାୟତକୁ ଲାଗି ଆନ୍ଧ୍ର ସୀମାନ୍ତ ସୁଡୁବ ଠାରୁ ସୋଭାପୁଟ ଦେଇ ଯାଇଥିବା ପାତାଳୀ ନଦୀ ବାଲି ପଟାଲିକୁ ନେଇ ଉପୁଜି ଥିବା ବିବାଦ  କେନ୍ଦ୍ର କରି ଆଜି ଜାତୀୟ ଗ୍ରୀନ୍ ଟ୍ରିବୁନାଲ ଟିମ୍ ଏକ ସର୍ଭେ କରିଥିଲା। ସୂଚନା ଥାଉକି ଉକ୍ତ ଅଞ୍ଚଳଟି ଆନ୍ଧ୍ର ସୀମାରେ ଥିବା ହେତୁ ପାତାଳୀ ନଦୀରୁ ବାଲି ଚୋରା ଚାଲାଣ ଲାଗି ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହି କ୍ରମରେ ସ୍ଥାନୀୟ ତହସିଲଦାର ଅନାଦି ଚରଣ ସାହୁ, ପାଡୁଆ ପୁଲିସ ଟିମ, କେନ୍ଦ୍ରୀୟ ଗ୍ରୀନ ଟ୍ରିବୁନାଲ୍ ମେମ୍ବର ସନ୍ଦୀପ ରାଏ, ଖଣିଜ ସଂପଦ ଉପନିର୍ଦେଶକ ଭୁବନେଶ୍ୱର, ସଂଯୁକ୍ତ ନିର୍ଦ୍ଦେଶକ ଭୁସମ୍ପଦ ଭୁବନେଶ୍ୱର, କ୍ଷେତ୍ରୀୟ ନିର୍ଦ୍ଦେଶକ ପ୍ରଦୂଷଣ, ସରପଞ୍ଚ ପୂଜା ଖିଲ ଏବଂ ଅନ୍ୟ ଅଧିକାରୀ ସମ୍ମୁହ ଉପସ୍ଥିତ ରହି କ୍ଷେତ୍ର ପରିଦର୍ଶନ କରି ପ୍ରକୃତ ସ୍ଥିତି ଅନୁଧ୍ୟାନ କରିଥିଲେ।

Advertisment

ପରିବେଶକୁ ଖାତିର ନକରି ଶୋଭାପୁଟ ନଦୀର ସୁଡୁବ, ସାରିଆପାଲି, ମାରିପୁଟ, ରତୁଲପୁଟ, ପ୍ରଧନିପୁଟ, ସୋଭାପୁଟ୍, ଜରାଇଘାଟ ଇତ୍ୟାଦି ଘାଟରୁ ଆନ୍ଧ୍ରକୁ ବାଲି ଚୋରା କାରବାରକୁ ବିରୋଧ କରି ସରପଞ୍ଚଙ୍କ ଅଭିଯୋଗ କ୍ରମେ ସୀମା ନିର୍ଧାରଣ ଓ ସ୍ଥିତି ଅନୁଧ୍ୟାନ ଉକ୍ତ ଗ୍ରସ୍ତର ମୂଳ ଲକ୍ଷ୍ୟ ଥିଲା ବୋଲି ନନ୍ଦପୁର ତହସିଲଦାର ମତ ଦେଇଥିଲେ। ସୂଚନା ଥାଉକି ଉକ୍ତ ପର୍ଯ୍ୟବେକ୍ଷଣରେ ଆନ୍ଧ୍ର ତରଫରୁ ମଧ୍ୟ ଏକ ଟିମ୍ ଉକ୍ତ ସର୍ଭେରେ ଯୋଗଦାନ ଦେଇଥିଲେ।