ଛତ୍ରପୁର : ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ଡେଲାଙ୍ଗରେ ମହିଳା ଓ ପୁରୁଷ ବିଭାଗରେ ଅନ୍ତଃଜିଲ୍ଲା ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦ ଏବଂ ଛତ୍ରପୁର ଉପଖଣ୍ଡ କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଦଳ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗିରିସୋଲା, ଦିଗପହଣ୍ଡି, କଙ୍କିଆ, ଗଞ୍ଜାମ, ଛତ୍ରପୁର ଓ ବ୍ରହ୍ମପୁରରୁ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୁଶାନ୍ତ କୁମାର ନାୟକ ଓ କୋଚ୍ ତଥା ପରିଚାଳକ ସରୋଜ କୁମାର ପାଢ଼ୀଙ୍କ ସଂଯୋଜନାରେ ଅତିଥି ଭାବେ ଗଞ୍ଜାମ ପୁଲିସ ଜିଲ୍ଲାର ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ୍ ମାନସ ରଞ୍ଜନ ମହାନ୍ତି, ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦର ସଂପାଦକ ଅଶୋକ କୁମାର ସାହୁ, ଛତ୍ରପୁର ଉପଖଣ୍ଡ କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସଂପାଦକ ନବୀନ କୁମାର ବେହେରା ଏବଂ ବରିଷ୍ଠ କ୍ରୀଡ଼ାବିତ୍ ମାନେ ଯୋଗ ଦେଇ କ୍ରୀଡ଼ାବିତ୍ଙ୍କୁ ଉତ୍ସାହିତ କରିଥିଲେ। ଡ.ଅନୀତା ମିଶ୍ର, କେ.ରଘୁନାଥ ରେଡ୍ଡୀ, ବି.ଶ୍ରୀନିବାସ ଦୋରା, ସୁନିତା ପାତ୍ର, ମୋନିକା ନାୟକ, ମଧୁସୂଦନ ବେହେରା, ସନ୍ତୋଷ କୁମାର ବିଷୋୟୀ, ପ୍ରଣୟ ରଞ୍ଜନ ଦାଶ, ବି.ଏନାଦ୍ରୀ, ଅଟଳବିହାରୀ ପଟ୍ଟନାୟକ, ସୁଶାନ୍ତ କୁମାର ନାୟକ ଓ କୋଚ୍ ସରୋଜ କୁମାର ପାଢ଼ୀଙ୍କ ସମେତ ଛତ୍ରପୁର ଉପଖଣ୍ଡ କ୍ରୀଡ଼ା ସଂସଦର ସଭ୍ୟମାନେ ସହଯୋଗ କରିଥିଲେ। ଉଭୟ ପୁରୁଷ ଓ ମହିଳା ବିଭାଗରେ ୧୨ ଜଣ ଲେଖାଏଁ ଖେଳାଳି, ଜଣେ ପରିଚାଳକ ଏବଂ ୨ଜଣ କୋଚ୍ଙ୍କୁ ଚୟନ କରାଯାଇଛି। ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦର ସଂପାଦକ ଅଶୋକ କୁମାର ସାହୁ ପ୍ରତିଯୋଗୀମାନଙ୍କୁ ଶୁଭକାମନା ଜଣାଇଛନ୍ତି।