କଟକ/ବାରଙ୍ଗ : ଟାଟା ମେମୋରିଆଲ୍ ସହାୟତାରେ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନର ଦ୍ବିତୀୟ କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। ଏଥିପାଇଁ ରାଜ୍ୟ ସରକାର ଓ ଟାଟା ମେମୋରିଆଲ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ଏଥିପାଇଁ ଟାଟା କର୍ତ୍ତୃପକ୍ଷଙ୍କ ସହ ଏମ୍ଓୟୁ ସ୍ବାକ୍ଷର କରିବା ସହ ଚିକିତ୍ସା କେନ୍ଦ୍ର ସ୍ଥାପନ ଓ ଭିତ୍ତିଭୂମି ଯାଞ୍ଚ କରିବାକୁ ଏକ ଟିମ୍ ମଧ୍ୟ ଗଠନ କରିଥିଲେ। ଏହି ପ୍ରତିନିଧିମଣ୍ଡଳୀ ଆଜି ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ରତାଗଡ଼ ମୌଜାର ଚଣ୍ଡିପ୍ରସାଦ ଲେଙ୍କାସାହି ନିକଟରେ ୪୭ ଏକର ପରିମିତ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି। ପ୍ରତିନିଧିମଣ୍ଡଳୀରେ ଥିବା ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ (ପବ୍ଲିକ୍ ହେଲ୍ଥ) ଡାକ୍ତର ସ୍ବପ୍ନେଶ୍ବର ଗଡ଼ନାୟକ, କଟକ ସିଡିଏମ୍ଓ ଡାକ୍ତର ବିଭୂତି ନାୟକ, ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ପ୍ରଶାସନିକ ଅଧିକାରୀ ରୁଦ୍ରନାରାୟଣ ଦାସ, ବାରଙ୍ଗର ଅତିରିକ୍ତ ତହସିଲଦାର ପ୍ରଶାନ୍ତ ସାମନ୍ତରାୟ, ରାଜସ୍ବ ନିରୀକ୍ଷକ ତପନ ମୁଦୁଲି ପ୍ରମୁଖ ଏହି ସ୍ଥାନ ନିରୀକ୍ଷଣ କରିଥିଲେ। ଅନ୍ୟପଟେ, ରତାଗଡ଼ ମୌଜାର ଉକ୍ତ ଜମି ଗୋଚର କିସମ ବୋଲି ଜଣାପଡ଼ିଛି। ଏହାର କିସମ ପରିବର୍ତ୍ତନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯିବ ବୋଲି ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ପ୍ରଶାସନିକ ଅଧକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।
ଟାଟା ସହଯୋଗରେ ହେବ ଆଚାର୍ଯ୍ୟ ହରିହର ପ୍ରତିଷ୍ଠାନର ଦ୍ବିତୀୟ କ୍ୟାମ୍ପସ୍ : ବାରଙ୍ଗ ଚଣ୍ଡିପ୍ରସାଦରେ କ୍ଷେତ୍ର ଅନୁଧ୍ୟାନ
/sambad/media/post_attachments/wp-content/uploads/2018/10/Baranga-IMG-20181027-WA0083.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)