ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରସୁଲପୁର/ ଧର୍ମଶାଳା : ଧର୍ମଶାଳା ନିର୍ବାଚନମଣ୍ତଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା କାଙ୍ଗାଳି ଚରଣ ପଣ୍ତାଙ୍କ ବିୟୋଗରେ ତାଙ୍କ ଜନ୍ମମାଟି ତଥା କର୍ମକ୍ଷେତ୍ରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶନିବାର ସକାଳେ ଭୁବନେଶ୍ବରସ୍ଥିତ ବାସଭବନରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା। ଅପରାହ୍‌ଣରେ ତାଙ୍କ ମରଶରୀରରକୁ କର୍ମକ୍ଷେତ୍ର ତଥା ଜନ୍ମମାଟିକୁ ଅଣାଯାଇଥିଲା। ଦିନ ପ୍ରାୟ ୨ଟାରେ କୁଆଖିଆରେ ତାଙ୍କ ମରଶରୀର ପହଞ୍ଚିଥିଲା। ବାରବାଟୀ, ଗୋପାଳପୁର, ମୂଳାପାଳ ଆଦି ସ୍ଥାନରେ ଜନସାଧାରଣ ଶେଷଦର୍ଶନ କରିଥିଲେ। ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାୟକ ହୋଇଥିବା ଏହି ସ୍ବର୍ଗତ ନେତାଙ୍କ ପ୍ରତି ଶେଷସମ୍ମାନ ଜଣାଇ ସ୍ବତଃସ୍ଫୂର୍ତ୍ତ ଭାବେ କୁଆଖିଆ ବଜାର ବନ୍ଦ କରି ବ୍ୟବସାୟୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ହାଇଟେକ କଲେଜ ଛକ, ସମବାୟ ବ୍ୟାଙ୍କ ପାଖ, ଓଭର ବ୍ରିଜ ପାଖରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିଥିଲେ।

ପୂର୍ବତନ ମନ୍ତ୍ରୀ ଶରତ ରାଉତ, କୋରେଇ ବିଧାୟକ ଅଶୋକ କୁମାର ବଳ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହି, ସୁରେନ୍ଦ୍ର ପଣ୍ତା, ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, ଯାଜପୁର କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ନନ୍ଦ, ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ଚନ୍ଦ୍ରମଣି ଦାଶ, ରସୁଲପୁର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଚକ୍ରଧର ସାହୁ, ଡ. ରୁଦ୍ରନାରାୟଣ ପୃଷ୍ଟି, ଶଶୀଭୂଷଣ ସାହୁ, ଧର୍ମଶାଳା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ କିଶାନ ପଣ୍ତା, ରସୁଲପୁର ବ୍ଲକ୍ କଂଗ୍ରେସ ସଭାପତି ମିହିର ମିଶ୍ର, ପ୍ରହଲ୍ଲାଦ ପଣ୍ତା, କୁଆଖିଆ ବଜାର କମିଟି ସଭାପତି ବନୋଜ କୁମାର ସ୍ବାଇଁଙ୍କ ସମେତ ବହୁ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରତିକାନ୍ତ ସାମଲ, ପ୍ରଶାନ୍ତ ଦାସ, କୃଷ୍ଣଚନ୍ଦ୍ର ରାଉତ, ପ୍ରତାପରୁଦ୍ର ପଣ୍ତା, କାଳନ୍ଦୀ କଣ୍ଠ, ବିମ୍ବାଧର ବିଶ୍ବାଳ, ଗିରିଧାରୀ ସାମଲ, ପଦ୍ମନାଭ ବାଭୀ, ବିରଳ ଦାସ, ମାୟାଧର ପଲେଇ, ବୈଦ୍ୟନ୍ଦ୍ରନାଥ ସାହୁ, ପ୍ରଦୀପ ସାମଲ, ରବୀନ୍ଦ୍ର ମଲିକ, କୈଳାସ ମଲିକ, ସୁଶାନ୍ତ ବାରିକ, ଆରତୀ ଦେଓ, ଆକୁଳାନନ୍ଦ ଜେନାମଣି, ଯୋଗୀନ୍ଦ୍ର ପଣ୍ତା, ଅଚ୍ୟୁତାନନ୍ଦ ସାହୁ, କାଲୁଆ ରାଉତ, ଶିଶିର ମହାନ୍ତ, ଚନ୍ଦ୍ରଶେଖର ନାୟକ ଶେଷଦର୍ଶନ କରିଥିଲେ। କୁଆଖିଆ ବଜାର, ରସୁଲପୁର ବ୍ଲକ୍ କାର୍ଯ୍ୟାଳୟ, କୁଆଖିଆ ହରପାର୍ବତୀ ମନ୍ଦିର, ଜନ୍ମସ୍ଥାନ ଗରିପୁର, ଗରିପୁର ପ୍ରାଥମିକ ବିଦ୍ୟାଳୟ, ନିରଞ୍ଜନପୁର ଛକ, ମୁଗୁପାଳ କଲେଜ, ସ୍ବପ୍ନେଶ୍ବର ମନ୍ଦିର ଆଦି ସ୍ଥାନ କରିକ୍ରମା କରାଯାଇଥିଲା। ଜନ୍ମମାଟିରେ ଶେଷଦର୍ଶନ ପରେ ପୁରୀ ସ୍ବର୍ଗଦ୍ବାରକୁ ଶେଷକୃତ୍ୟ ପାଇଁ ନିଆଯାଇଥିଲା।

ସମ୍ବନ୍ଧିତ ଖବର