ବିଶୋଇ: ମୟୂରଭଞ୍ଜ ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନା ଧରୁନି। ହାତୀମାନଙ୍କ ଦ୍ୱାରା କେତେବେଳେ ନିରୀହ ଲୋକଙ୍କ ଜୀବନହାନି ଘଟୁଛିତ ଆଉ କେତେବେଳେ ହାତୀମାନେ ଘରଦ୍ୱାର ଭାଙ୍ଗି ଗରିବ ଲୋକଙ୍କ କ୍ଷତି କରୁଛନ୍ତି। ଆଜି ଏହିପରି ଘଟଣାର ପୁନରାବୃତ୍ତି ରାଇରଙ୍ଗପୁର ବନଖଣ୍ଡ ଅଧିନ ରାଇରଙ୍ଗପୁର ରେଞ୍ଜର ବିଜାତଳା ବ୍ଲକ ସ୍ଥିତ ରାଇହରି ପଞ୍ଚାୟତ ଜଡ଼ାଛୁଆ ଗ୍ରାମରେ ହୋଇଛି।
ସୂଚନାଥାଉକି, ଜଡ଼ାଛୁଆ ଗ୍ରାମର ଜଙ୍ଗଲ ମଝିରେ ଥିବା ଦେହୁରୀସାହିର ବୁଗି ଦେହୁରୀ(୭୦) ତାଙ୍କ ସ୍ତ୍ରୀ ଜିରା (୬୨) ଓ ନିଜର ୫ ବର୍ଷର ନାତୁଣୀ ଚାତରିଙ୍କୁ ନେଇ ଘରେ ଶୋଇଥିବା ସମୟରେ କରଣଝରଣ ଧୁସରା ସଂରକ୍ଷିତ ଜଙ୍ଗଲରୁ ଏକ ମାଈ ଓ ଦନ୍ତା ହାତୀ ଆସି ବୁଗୀଙ୍କ ଘରକୁ ଭାଙ୍ଗିବାକୁ ଆରମ୍ଭ କରିଥିଲେ।ଘର ଭାଙ୍ଗିବାର ଶବ୍ଦ ଶୁଣି ବୁଗି, ଜିରା ଓ ନାତୁଣୀ ଚାତରି ସତର୍କ ହୋଇ ଅନ୍ୟତ୍ର ଦୌଡ଼ି ଲୁଚି ଯାଇଥିଲେ। ତେବେ, କୌଣସିମତେ ୩ ଜଣ ଜୀବନ ବଞ୍ଚାଇ ପାରିଥିଲେ ସୁଦ୍ଧା ଜିରାଙ୍କ ଉପରେ କାଁଥ ଖଣ୍ଡ ପଡିଯାଇଥିବାରୁ ଆହତ ହୋଇଥିଲେ।
/sambad/media/post_attachments/wp-content/uploads/2022/10/78600152-1abd-4967-9ae4-e88d78f6842a-1024x576.jpg)
ତେବେ, ଉକ୍ତ ୨ ହାତୀ ବୁଗୀଙ୍କ ସମ୍ପୂର୍ଣ୍ଣ ଘର ଭାଙ୍ଗି ସାରି ପୁଣି ଜଙ୍ଗଲ ମୁହାଁ ହୋଇଥିଲେ। ଏହି ବିଷୟରେ ଖବର ପାଇ ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ବେଶ୍ରା ଘଟଣା ସ୍ଥଳକୁ ପହଞ୍ଚି ବନବିଭାଗକୁ ଖବର ଦେଇଥିଲେ। ଆଜି ସକାଳେ ରାଇରଙ୍ଗପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପଟନାୟକ, ବନରକ୍ଷୀ ପଦ୍ମାବତୀ ମହାନ୍ତ, ବନରକ୍ଷୀ କାରାଣ କିସ୍କୁ, ପାରା ଷ୍ଟାଫ ଚନ୍ଦ୍ର ଟୁଡୁ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏଥି ସହିତ ସରପଞ୍ଚ ଓ ବନବିଭାଗର ସହାୟତା କ୍ରମେ ଆଜି ବନବିଭାଗର ସରକାରୀ ଗାଡି ସାହାଯ୍ୟରେ ଜିରାଙ୍କୁ ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା।
ସୂଚନାଥାଉକି, ବୁଗି ଓ ଜିରା ଅତି ଗରିବଶ୍ରେଣୀର ହୋଇଥିବାବେଳେ ବହୁବର୍ଷ ପୂର୍ବରୁ ଆବାସ ଯୋଜନାରେ ଏକ ଘର ପାଇଥିଲେ। ନିଜର ଏକ ମାତ୍ର ଭରସା ସାଜିଥିବା ବାସଗୃହକୁ ହରାଇ ୨ ବୃଦ୍ଧ ଓ ବୃଦ୍ଧା ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଥିବା ବେଳେ କ୍ଷତିପୂରଣ ପାଇଁ ପ୍ରଶାସନ ପାଖରେ ଗୁହାରି କରିଛନ୍ତି । ଉକ୍ତ ଅଞ୍ଚଳ ହାତୀ ପ୍ରବଣ ଥିବା ବେଳେ ଏହି ଅଞ୍ଚଳରେ ହାତୀ ଘଉଡାଇବା ପାଇଁ ଗ୍ରାମବାସୀଙ୍କୁ ଅଧିକରୁ ଅଧିକ ଟର୍ଚ୍ଚ ଲାଇଟ ପ୍ରଦାନ ସହିତ ରାତ୍ରିକାଳୀନ ହାତୀଖେଦା ସ୍କ୍ୱାର୍ଡ ମୁତୟନ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/d3d057ea-3b9c-4766-9248-c509fb289c21.jpg)