ଭୁବନେଶ୍ୱର/ ଜୟପୁର : ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ୪ ଲୋକ ସଭା ଓ ୨୮ ବିଧାନସଭା ଆସନରେ ଭୋଟ ଦାନ ଚାଲିଥିବା ବେଳେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜ୍ୟର କେତେକ ନିର୍ବାଚନ ମଣ୍ଡଳୀର କେତୋଟି ବୁଥ୍ରେ ମତଦାନ ବିଳମ୍ବିତ ହୋଇଛି।
ପ୍ରାଥମିକ ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଜୟପୁରର ପାରାବେଡା ହାଇସ୍କୁଲରେ ହୋଇଥିବା ତିନୋଟି ବୁଥ୍ ମଧ୍ୟରୁ ୧୬୨ ନମ୍ବର ବୁଥ୍ରେ ଲାଗିଥିବା ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି, ଯାହାଫଳରେ ମତଦାନରେ ପାଖାପାଖି ୪୫ ମିନିଟ ବିଳମ୍ବ ହୋଇଥିବା ଜଣାପଡ଼ିଛି। କୋଟପାଡ଼ ନିର୍ବାଚନ ମଣ୍ଡଳୀରେ ୨ରୁ ୩ ଟି ବୁଥ୍ରେ ମଧ୍ୟ ଇଭଏମ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି।
ସେହିପରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ହାଇସ୍କୁଲରେ ହୋଇଥିବା ୨୧୧ ନମ୍ବର ବୁଥ୍ରେ ଇଭିଏମ୍ ତ୍ରୁଟି ଯୋଗୁଁ ନିର୍ବାଚନ ମତଦାନ ବିଳମ୍ବିତ ହୋଇଛି। ମାଲକାନ୍ଗିରି ଜିଲ୍ଲାର ୧୦ଟି ବୁଥ୍, MV- ୧୧, ୩୭, କୋରକୋଣ୍ଡା, ମୁଦୁଲିଗୁଡ଼ା, ବିବିଗୁଡ଼ା, ଶିଖପାଲି ମତଦାନ କେନ୍ଦ୍ରରେ ଇଭିଏମ୍ ମେସିନ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଛି। ଗୁଣପୁର ପଦ୍ମପୁର ବ୍ଲକ୍ର ୧୧୨ ନମ୍ବର ବୁଥ୍ରେ ଭିଭିପ୍ୟାଟ୍ ଅଚଳ ଯୋଗୁ ମତଦାନ ବିଳମ୍ବ ହୋଇଥିବା ଜଣାପଡ଼ିଛି।ଏହି ସବୁ ବୁଥରେ ମତଦାତା ଧାଡ଼ିବାନ୍ଧି ମତଦାନ କରିବାକୁ ଛିଡ଼ା ହୋଇଥିବା ସୂଚନା ରହିଛି।
ରାୟଗଡ଼ା ଜିଲ୍ଲା ଲମତାପୁଟ ବ୍ଲକ୍ର ୩ଟି ବୁଥ୍ରେ ଇଭିଏମ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଳମ୍ବିତ ହୋଇଛି ମତଦାନ। ଲମତାପୁଟ ହାଇସ୍କୁଲର ୭୭ ନଂ ବୁଥ୍, ହନୁମାନଏମ୍ଇ ସ୍କୁଲ୍ର ୬୮ ନଂ ବୁଥ୍, ଅନକାଡେଲି ୟୁପି ସ୍କୁଲର ୬୯ନଂ ବୁଥ୍ରେ ମତଦାନ ବ୍ୟାହତ ହୋଇଛି। ମାଲକାନାଗିରିର ୧୦ଟି ବୁଥ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବିତ ହୋଇଥିବାର ଖବର ଆସିଛି। ରାୟଗଡ଼ା ଜିଲ୍ଲା କାଶୀପୁରର ଗୋଡ଼ିବାଲି ୟୁପି ସ୍କୁଲର ମତଦାତାମାନେ ଭୋଟ୍ ଦେଇ ନ ପାରି ଫେରିଯାଇଥିବା ସୂଚନା ରହିଛି। ସେହିପରି ଗୁଣୁପୁର ଅନ୍ତର୍ଗତ ପଦ୍ମପୁରରେ ୧୧୨ ନଂ ବୁଥ୍ରେ ଭିଭିପାଟ ଅଚଳ ହୋଇଥିବା ଜଣାପଡିଛି।
ଏ ନେଇ ରାଜ୍ୟ ମୁଖ୍ୟ ନିବର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଜଣାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/EVM-DH.jpg)