ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ ଥାନା ଅନ୍ତର୍ଗତ ବଡମୋହନପୁର ପଚାଂୟତ କଣିପାଳ ଗ୍ରାମରେ ଇଟାଭାଟି ନିର୍ମାଣ ବନ୍ଦକୁ ନେଇ ଆଜି ଅପରାହ୍ନ ୪.୩୦ମି. ସମୟରେ ପଟ୍ଟାମୁଣ୍ତାଇ ତହସିଲରେ ତୁମୁଳକାଣ୍ତ ଘଟିଯାଇଛି। ୨ ଜଣ ଅସାମାଜିକ ଲୋକ ଅଫିସ ମଧ୍ୟରେ ବଳପୂର୍ବକ ପ୍ରବେଶ କରି ତହସିଲଦାରଙ୍କୁ ଆକ୍ରମଣ କରିବା ସହ ଜଣେ ଗଣମାଧ୍ୟମର ପ୍ରତିନିଧି ପ୍ରଦୋଷ ବିଶ୍ବାଳ ଏହି ଘଟଣା ସଂପକ୍ତି ଅଭିଯୋଗ କରି ୩ ଜଣଙ୍କ ନାମରେ ଥନାରେ ଏତେଲା ଦେଇଛନ୍ତି। ଏହି ଘଟଣାରେ ଥାନାରେ ଏକ ମକଦ୍ଦମା ରୁଜୁ କରାଯିବ ସହ ୨ ଜଣଙ୍କୁ ଥାନାରେ ଅଟକ ରାଖାଯାଇଛି। ଏହି ଘଟଣାରେ ଯେଉଁମାନେ ସଂପୁକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରାଯିବ ବୋଲି କେନ୍ଦ୍ରାପଡା ଏସପି ସଂଦୀପ ସଂପଦ ମଦକର କହିଛନ୍ତି।
ପ୍ରକାଶ ଯେ ପଟ୍ଟାମୁଣ୍ତାଇ ଥାନା ବଡମୋହନପୁର ପଚାଂୟତରେ କେତେକ ବ୍ୟକ୍ତି ଇଟାଭାଟି ତିଆରି କରି ବ୍ୟବସାୟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ପରିବେଶ ପ୍ରଦୂଷଣ ଓ ଇଟାଭାଟି ନିକଟରେ ଥିବା ଚାଷଜମିରୁ ଫସଲହାନୀ ଆଶଙ୍କା କରି ଗ୍ରାମର କିଛି ଲୋକ ଇଟାଭାଟି ବନ୍ଦ କରିବା ପାଇଁ ପଟ୍ଟାମୁଣ୍ତାଇ ତହସିଲଦାରଙ୍କୁ ଗତ ୨୨ ତାରିଖରେ ଲିଖିତ ଭାବେ ଜଣାଇଥିଲେ। ଏହାପରେ ଗତ ୩୧ ତାରିଖରେ କଣିପାଳ ଗ୍ରାମର କେତେକ ବ୍ୟକ୍ତି ତହସିଲ ଅଫିସରେ ଧାରଣା ଦେଇଥିଲେ। ତହସିଲଦାର ଦିଲ୍ଲୀପ କୁମାର ସେଠୀ କାଠିଆପଡା ଆରଆଇଙ୍କୁ ଏ ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ନିେର୍ଦ୍ଦଶ ଦେଇଥିଲେ।
ଆରଆଇଙ୍କ ରିପୋର୍ଟକୁ ଆଧାର କରି ଇଟାଭାଟିରେ ନିଆଁ ଲଗାଯିବା ପରେ ପୁଲିସ ଓ ଦମକଳ ସହାୟତାରେ ଇଟାଭାଟିରେ ପାଣି ପକାଇ ନିଆଁ ଲିଭାଇବା ସହିତ ଇଟାଭାଟି ବନ୍ଦ ପାଇଁ ପଦକ୍ଷେପ ନେବେ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶୃତି ଦେବା ସହିତ ଏ ସଂପର୍କରେ ବୈଦ୍ୟୁତିକ ଗଣମାଧ୍ୟମରେ ବୟାନ ଦେଇଥିଲେ। ମାତ୍ର ଆଜି ଅପରାହ୍ନ ୪.୩୦ମି. ସମୟରେ ତହସିଲଦାର ନିଜ କାର୍ଯ୍ୟାଳୟରେ କାର୍ଯ୍ୟବ୍ୟସ୍ତ ଥିବା ସମୟରେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଇଟାଭାଟି ସଂପର୍କରେ ବୟାନ ଦେବାକୁ ତହସିଲଦାରଙ୍କୁ କାର୍ଯ୍ୟାଳୟ ବାହାରକୁ ଡାକିଥିଲେ। ପ୍ରଥମେ ତହସିଲଦାର ବୟାନ ଦେବାକୁ ମନା କରିଥିଲେ ହେଁ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ନିେର୍ଦ୍ଦଶରେ ବୈଦ୍ୟୁତିକ ଗଣମାଧ୍ୟମକୁ ବୟାନ ଦେଉଥିବା ସମୟରେ କଣିପାଳ ଗ୍ରାମର ଦୋଳଗୋବିନ୍ଦ ସାହୁ ଓ ଉଦୟଭାନୁ ସାହୁ ନାମକ ୨ ଜଣ ବ୍ୟକ୍ତି ବଳପୂର୍ବକ ତହସିଲଦାରଙ୍କ ଚାମ୍ବରକୁ ପ୍ରବେଶ କରି ଅଚାନକ ଆକ୍ରମଣ କରିଥିଲେ। ଏଥି ନେଇ ତହସିଲ ଅଫିସରେ ହୋହାଲ୍ଲା ସୃଷ୍ଟି ହୋଇଥିଲା।
ଗଣ୍ତଗୋଳର ଖବର ପାଇ ପଟ୍ଟାମୁଣ୍ତାଇ ପୁଲିସ ଘଟଣାସ୍ଥଳରେ ପହଁଚି ଗଣ୍ତଗୋଳ ସୃଷ୍ଟିକାରୀ ଦୋଳଗୋବିନ୍ଦ ସାହୁ ଓ ଉଦୟଭାନୁ ସାହୁଙ୍କୁ ଥାନାକୁ ଧରି ଆଣି ଅଟକ ରଖିଛି। ଏ ସଂପର୍କରେ ତହସିଲଦାର ପଟ୍ଟାମୁଣ୍ତାଇ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଏହାର ନକଲ ଉପଜିଲ୍ଲାପାଳ, ପଟ୍ଟାମୁଣ୍ତାଇ ଏସଡିପିଓଙ୍କୁ ପ୍ରଦାନ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ପଟ୍ଟାମୁଣ୍ତାଇ ତହସିଲଦାର ଦିଲ୍ଲୀପ କୁମାର ସେଠୀଙ୍କୁ ଏ ସଂପର୍କରେ ପଚାଂରିବାରେ ସେ କହିଲେ କଣିପାଳ ଗ୍ରାମରେ ଇଟାଭାଟି ନିର୍ମାଣକୁ ବିରୋଧ କରି କିଛି ଲୋକ ଅଭିଯୋଗ କରିବା ସହିତ ବନ୍ଦ କରିବା ପାଇଁ ଦାବି କରିଥିଲେ। ଆରଆଇଙ୍କ ରିପୋର୍ଟ ଅନୁଧ୍ୟାନ ପରେ ଏହି ଇଟାଭାଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଆଜି ଅପରାହ୍ନ ୪.୩୦ମି. ସମୟରେ ସଂପୃକ୍ତ ଗ୍ରାମର ଦୋଳଗୋବିନ୍ଦ ସାହୁ ଓ ଉଦୟଭାନୁ ସାହୁ ବଳପୂର୍ବକ ତହସିଲ ଅଫିସରେ ପ୍ରବେଶ କରି ବେଆଇନ କାମ କରିବା ପାଇଁ ଚାପ ପ୍ରୟୋଗ କରି ବିଫଳ ହେବା ପରେ ପ୍ରତିକ୍ରିୟାଶୀଳ ହୋଇ ଆକ୍ରମଣ କରିଥିଲେ। ଏ ସଂପର୍କରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ପୋଲିସକୁ ଲିଖିତ ଭାବେ ଜଣାଇ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ।