ଆନ୍ଦୋଳନସ୍ଥଳରେ ଥାନା ଅଧିକାରୀଙ୍କ ଅନୁପସ୍ଥିତି ମହଙ୍ଗା ପଡିଲା; ଦେଓଗାଁ ତହସିଲଦାରଙ୍କୁ ମାଡ଼, ଥାନାରେ ଅଭିଯୋଗ

୩ ଘଣ୍ଟା ଚକା ଜାମ ପରେ ଆନ୍ଦୋଳନ ହଟିଲା, ଆଲୋଚନା ପରେ ଧାନ ରଖିଲେ ଚାଷୀ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଜାତୀୟ ରାଜପଥ ୨୬  ଉପରେ ଧାନ ଗାଡ଼ି ରଖି ଚାଷୀ କରିଥିଲେ ଅବରୋଧ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ ଦେଓଗାଁ ତହସିଲଦାର ଚନ୍ଦ୍ରମଣି ନାଗ । ଚାଷୀଙ୍କ ସହ ଆଲୋଚନା କରିବା ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଚାଷୀ ତହସିଲଦାରଙ୍କୁ ଆକ୍ରମଣ କରିଥିବା ନେଇ ତହସିଲଦାର ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଆନ୍ଦୋଳନସ୍ଥଳକୁ ଯିବା ଆଗରୁ ଦେଓଗାଁ ଆଇଆଇସିଙ୍କୁ ତହସିଲଦାର ଫୋନ ମାଧ୍ୟମରେ ଜଣାଇଥିଲେ। ହେଲେ, ଥାନାଧିକାରୀ ଅନୁପସ୍ଥିତ ରହିଥିଲେ, ଯାହାଫଳରେ  ତହସିଲଦାରଙ୍କୁ ଆକ୍ରମଣ ହେଲା ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉ କି ରବି ଧାନ ମଣ୍ଡିରେ ଧାନ ବିକ୍ରିରୁ ବଞ୍ଚିତ ହେଉଥିବା ଚାଷୀମାନେ ସୋମବାର ମଧ୍ୟାହ୍ନରେ ଏନ ଏଚ ଉପରେ ଟ୍ରାକ୍ଟରରେ ଆଣି ଥିବା ଧାନ ଗାଡି ରଖି ରାସ୍ତା ଅବରୋଧ କରିଥିଲେ। ଦେଓଗାଁ ପେକ୍ସକୁ ଆସିଥିବା ୮୧୦ କୁଇଣ୍ଟାଲ ଧାନ ବିକ୍ରି ହୋଇ ଟାର୍ଗେଟ ଶେଷ ହୋଇ ଯାଇଛି। ଟୋକନ ଆସିଥିବା ୪୫ ଜଣ ଚାଷୀଙ୍କ ଟୋକନ ଲେପ୍ସ ହେବା ଉପରେ ଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରି ଚକା ଜାମ ଆନ୍ଦୋଳନ କରିଥିଲେ । ଦେଓଗାଁ ପେକ୍ସରେ ୫ ହଜାର କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ୭୮ ଜଣ ଚାଷୀ ପଞ୍ଜିକରଣ କରିଥିଲେ।

ସମ୍ବନ୍ଧିତ ଖବର