ଦେଓଗାଁ: ସପ୍ତାହ ବ୍ୟାପୀ ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ନଦୀ ନାଳ ଗୁଡ଼ିକର ପାଣି ଉଛୁଳି ଯାଉଥିବା ବେଳେ ବଳାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକରେ ପ୍ରବାହିତ ହେଉଥିବା ତେଲ ନଦୀରେ ଫୁଲିବାରେ ଲାଗିଛି। ତେଲନଦୀରେ ଅଧିକମାତ୍ରାରେ ପାଣି ପ୍ରଭାହିତ ହେଉଥିବାରୁ କୁଲୁଟାପଡା ପଞ୍ଚାୟତର ସିଙ୍ଗଟିମାଲ, ଖଇରମାଲ ଗାଁ ନିକଟକୁ ତେଲନଦୀର ପାଣି ମାଡ଼ିଆସିଥିବାରୁ ବନ୍ୟାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଗାଁ ଲୋକେ।

Advertisment

ସିଙ୍ଗଟିମାଲ ଗାଁର ଚାଷଜମି ଗୁଡିକ ଜଳମଗ୍ନ ହୋଇଥିବା ବେଳେ କୁଲୁତାପଡା-ସିଙ୍ଗାଟିମାଲ ରାସ୍ତାରେ ଥିବା ଏକ ପୋଲ ବିପଦ ସମ୍ମୁଖରେ ରହିଛି। ବନ୍ୟାସ୍ଥିତିକୁ ଆଖି ଆଗରେ ରଖି କୁଲୁତାପଡା ସରପଞ୍ଚ ଦୁଷ୍ମନ୍ତ ସାହୁ ଓ ଦେଓଗାଁ ବ୍ଳକ ଅଧ୍ୟକ୍ଷ ଦୟାନିଧି ଖମାରୀ ସିଙ୍ଗଟିମାଲ ଗାଁକୁ ପହଞ୍ଚି ବନ୍ୟାକୁ କିଭଳି ମୁକାବିଲା କରିହେବ। ସେ ଦିଗରେ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ତେଲନଦୀ କୂଳରେ ଥିବା ବଡ଼ବାହାଲ, ଗୌଡ଼ଗୋଠ, ଘୁଡକାପଳା ପଞ୍ଚାୟତର ବିଭିନ୍ନ ଗାଁର ଚାଷଜମିରେ ମଧ୍ୟ ତେଲନଦୀ ପାଣି ପ୍ରବେଶ କରୁଥିବାର ସୂଚନା ମିଳିଛି। ଏନେଇ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍ୱାଳଙ୍କୁ ପଚରିବାରୁ ବନ୍ୟାକୁ ଆଖିଆଗରେ ରଖି ପ୍ରଶାସନ ପସ୍ତୁତ ଅଛି ଘର ଭାଙ୍ଗିଥିବା ଲୋକଙ୍କୁ ପଲିଥିନ ଦିଆଯାଉଛି ବୋଲି କହିଛନ୍ତି।