ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ବିୟୋଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଶୋକ

ଦଶରଥପୁର/ଯାଜପୁରଟାଉନ : ବିଂଝାରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଅକାଳ ବିୟୋଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗଭୀର ଶୋକବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ସ୍ବର୍ଗତ ଦାସଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଗତକାଲି ଅନ୍ୟଜଣେ ବ୍ୟକ୍ତିଙ୍କ ସହ ବାଇକ୍‌ରେ ଭୁବନେଶ୍ୱର ଯାଉଥିବା ବେଳେ ସଦର ଥାନା ଅନ୍ତର୍ଗତ ବରୁଆଁ ନିକଟ ଖରସ୍ରୋତା ନଦୀ ପୋଲରେ ସ୍ବର୍ଗତ ଦାସ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ହାଇୱା ଧକ୍କା ଦେଇ ଉପରେ ମାଡ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ସ୍ବର୍ଗତ ଦାସଙ୍କ ବିୟୋଗରେ ରାଜ୍ୟ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଓ ବଡ଼ଚଣା କଂଗ୍ରେସ ନେତା ଅଜୟ ସାମଲ ଗଭୀର ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର