ଭୁବନେଶ୍ୱର/କଟକ : ରୋଗୀ ହସ୍ପିଟାଲକୁ ନଆସି ଘରେ ପାଇବେ ଚିକିତ୍ସା ସୁବିଧା। ମୋବାଇଲ କଲ୍ରେ ମିଳିବ ଡାକ୍ତରଙ୍କ ପରାମର୍ଶ। ବିଶେଷକରି କରୋନା ମହାମାରୀ ସମୟରେ ହସ୍ପିଟାଲ ସଂକ୍ରମଣ ରୋକିବା ଓ ଲକ୍ଡାଉନ୍, ସଟ୍ଡାଉନ୍ ସମୟରେ ରୋଗୀଙ୍କ ଯାତାୟତ ସମସ୍ୟାକୁ ନେଇ ସରକାର ଆରମ୍ଭ କରିଥିଲେ ଟେଲିମେଡିସିନ୍ ସେବା। ହେଲେ ଆସିଥିବା କଲ୍ ସଂଖ୍ୟା ଏହି ଯୋଜନାର ସଫଳତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ରାଜ୍ୟର ପ୍ରାୟ ସବୁ ମେଡ଼ିକାଲରେ ଏହିଭଳି ଚିତ୍ର ରହିଛି।
ରାଜ୍ୟର ସବୁଠାରୁ ବଡ ରେଫରାଲ ହସ୍ପିଟାଲ କଟକ ବଡ଼ଡାକ୍ତରଖାନା, ଶିଶୁଭବନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ଏସ୍ସିବି ଉତ୍କୃଷ୍ଟ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଆଶାନୁରୂପ କଲ୍ ଆସୁ ନଥିବା ତଥ୍ୟ କହୁଛି। ଏସ୍ସିବିରେ ୪ ମାସରେ ୩୮୧୧ଟି ଫୋନ୍ କଲ୍ ଆସିଥିବାବେଳେ ଏହି ସଂଖ୍ୟା ହେଉଛି ଦିନକୁ ହାରାହାରି ଭାବେ ୩୦ରୁ ସାମାନ୍ୟ ଅଧିକ। ସେହିଭଳି ଶିଶୁଭବନରେ ପାଖାପାଖି ୩ ଶହ କଲ ଆସିଥିବାବେଳେ ଦିନକୁ ହାରାହାରି ସଂଖ୍ୟା ହେଉଛି ୨/୩। ଆଚାର୍ଯ୍ୟ ହରିହରରେ ଟେଲିମେଡିସିନ୍ ସେବା ୨୦ଦିନ ହେଲା ଆରମ୍ଭ ହୋଇଥିବା ବେଳେ ସେଠାରେ ସଂଖ୍ୟା ଶହେ ଟପିନି। କିନ୍ତୁ କେନ୍ଦ୍ର ପକ୍ଷରୁ ଏପ୍ରିଲରୁ ଆରମ୍ଭ ହୋଇଥିବା ଟେଲିଫୋନିକ୍ ପରାମର୍ଶ କେନ୍ଦ୍ର ମାଧ୍ୟମରେ ୬ଶହ ପାଖାପାଖି ରୋଗୀ ପରାମର୍ଶ ପାଇଛନ୍ତି।
/sambad/media/post_attachments/wp-content/uploads/2020/08/tele-ff-300x241.jpg)
ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମ୍କେସିଜି ବଡ଼ ଡାକ୍ତରଖାନାରେ ଗତ ଏପ୍ରିଲ ମାସରୁ ଟେଲିମେଡିସିନ୍ ସେବା ଜାରି ରହିଛି। ଲକ୍ଡାଉନ୍ ଘୋଷଣା ପରେ ଦୈନିକ ଶହେରୁ ଦେଢ଼ଶହ ରୋଗୀ ଫୋନ୍ ଯୋଗେ ସ୍ବାସ୍ଥ୍ୟସେବା ସମ୍ପର୍କରେ ପରାମର୍ଶ ନେଉଥିଲେ। କିନ୍ତୁ ଓପିଡି ବନ୍ଦ ହେବା ପରେ ଦୈନିକ ଅଢ଼େଇଶହରୁ ୩ଶହ ରୋଗୀ ଫୋନ୍ ଜରିଆରେ ପରାମର୍ଶ ନେଉଛନ୍ତି ବୋଲି ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସେହିଭଳି, ମେ ୬ ତାରିଖରୁ ଅଗଷ୍ଟ ୧୦ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୬ଟି କଲ୍ ହୋଇଥିବାବେଳେ ରାଉରକେଲା ଜେନେରାଲ ହସ୍ପିଟାଲ (ଆର୍ଜିଏଚ୍)ରେ ୨୦ ଜୁଲାଇରୁ ଅଗଷ୍ଟ ୧୦ ମଧ୍ୟରେ ୨୧୨ଟି କଲ୍ ହୋଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଗତ ଜୁଲାଇ ୨୦ ତାରିଖରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟଚିକିତ୍ସାଳୟରେ ଟେଲି ମେଡିସିନ୍ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି କଲ୍ ଆସିନଥିବା ହସ୍ତଗତ ତଥ୍ୟରୁ ଜଣାପଡ଼ିଛି।
ତେବେ, ଏହି କେତେକ ମେଡିକାଲ କାହିଁକି ଟେଲିମେଡିସିନ୍ ସୁବିଧା ଥିବା ସବୁ ମେଡିକାଲରେ ପ୍ରାୟ ଏହି ଅବସ୍ଥା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/telemedicine-b.jpg)