ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଟେଲିମେଡିସିନ ସେବା ଆରମ୍ଭ

ବାରିପଦା : ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥସେବା ଯୋଗାଇଦେବା ପାଇଁ ଟେଲିମେଡିସିନ ସେବା ଉପଲବ୍ଧ ହୋଇଥିବା ନେଇ ସୂଚନା ମିଳିଛି । ପ୍ରତି ସପ୍ତାହରେ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ରୋଗୀମାନେ ବିଭିନ୍ନ ବିଭାଗର ଡାକ୍ତରମାନଙ୍କ ସହିତ ସକାଳ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ମୋବାଇଲ ନମ୍ବର ଯୋଗେ ଯୋଗାଯୋଗ କରିପାରିବେ ।

ମିଳିଥିବା ସୂଚନା ଅନୁଯାୟୀ କମ୍ୟୁନିଟି ମେଡିସିନ ପାଇଁ ନୋଡାଲ ଅଫିସର ପ୍ରଫେସର କ୍ରିଷ୍ଣା କରଙ୍କ ସହ ୯୪୩୭୩୦୨୧୭୩ ନମ୍ବରରେ, ଜେନେରାଲ ମେଡିସିନ୍ ପାଇଁ ଡାଃ ଅୟସକାନ୍ତ କରଙ୍କ ସହ ୯୪୩୭୩୧୧୧୧୮ ନମ୍ବରରେ, ଅର୍ଥପେଡିକ୍ ପାଇଁ ଡାଃ ଆଶିଷ କୁମାର ଗୁପ୍ତାଙ୍କ ସହ ୯୪୩୭୫୪୨୧୭୪ ନମ୍ବରରେ, ସାଇକେଟ୍ରିକ ପାଇଁ ଡାଃ ଭବନୀ ଶଙ୍କର ସିଟ୍‌ଙ୍କ ସହ ୯୩୩୭୨୭୩୭୦୮ ନମ୍ବରରେ, ଇଏନଟି ପାଇଁ ଡାଃ ଚିନ୍ମୟ ସୁନ୍ଦର ରାୟଙ୍କ ସହ ୯୪୩୭୩୦୯୦୧୬, ସ୍ତ୍ରୀ ଓ ପ୍ରସୂତୀ ବିଭାଗ ପାଇଁ ପ୍ରଫେସର ରୀତାଞ୍ଜଳୀ ବେହେରାଙ୍କ ସହ ୯୮୬୧୦୪୧୩୨୨, ଚକ୍ଷୁ ବିଭାଗ ପାଇଁ ଡଃ ସୁଚିତ୍ରା ପାଣିଗ୍ରାହୀଙ୍କ ସହ ୯୪୩୭୨୫୯୩୯୦, ଜେନେରାଲ ସର୍ଜରୀ ପାଇଁ ପ୍ରଫେସର ଶିବ ପଟ୍ଟନାୟକଙ୍କ ସହ ୯୪୩୭୦୧୭୮୦୦, ଶିଶୁ ବିଭାଗ ପାଇଁ ପ୍ରଫେସର ପ୍ରଭାକର ମିଶ୍ରଙ୍କ ସହ ୯୪୩୭୦୨୮୮୮୨, ଚର୍ମ ବିଭାଗ ପାଇଁ ଡଃ ବିନଦିନି ବେହେରାଙ୍କ ସହ ୯୪୩୭୪୪୯୯୪୦ ଓ ଦନ୍ତ ଚିକିତ୍ସା ପାଇଁ ଡାଃ ସୁଜିତ କୁମାର ସାହୁଙ୍କ ସହ ୯୪୩୮୭୩୯୬୩୨ ନମ୍ବର ବିଶିଷ୍ଟ ମୋବଇଲ ନମ୍ବରରେ ରୋଗୀମାନେ ଯୋଗାଯୋଗ କରିପାରିବେ । କରୋନାକୁ ଦୃଷ୍ଟିରେ ରଖି ଏହି ସେବା ପିଆରଏମରେ ଉପଲବ୍ଧ କରାଯାଇଅଛି ।

ସମ୍ବନ୍ଧିତ ଖବର