ମାଲକାନଗିରି ସୀମାନ୍ତରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ଦେଖାନାହିଁ ଓଡିଶାର ମନ୍ତ୍ରୀ କି ସଚିବ

ମାଲକାନଗିରି: ଗୋଦାବରୀ ନଦୀର ପଛୁଆ ଅଂଚଳର ଜଳ ଏବେ ଓଡିଶା ସମେତ ତେଲେଙ୍ଗାନା, ଛତିଶଗଡ ଏବଂ ଆନ୍ଧ୍ରର କିଛି ଅଂଚଳକୁ ବୁଡାଇ ରଖିଥିବା ବେଳେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ଓଡ଼ିଶା ସୀମାନ୍ତରେ ପ୍ରଭାବିତି ହୋଇଥିବା ବନ୍ୟାଞ୍ଚଳ ପରିଦର୍ଶନ କରି ଫେରିଛନ୍ତି।  ୟାରଲିଫ୍ଟରେ ସେ ବନ୍ୟାଞ୍ଚଳ ପରିଦର୍ଶନ କରି ତୁରନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ସହଯୋଗ କରିବା ସହ ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏହାସହ ବନ୍ୟାରେ କେତେ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।

ସେହିପରି ଗତକାଲି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ନିର୍ଦେଶକ୍ରମେ ଅବକାରୀ ମନ୍ତ୍ରୀ ଲଖମା କାବାସୀ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ସେ ମଧ୍ୟ ବନ୍ୟାରେ ଫସିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟ ସ୍ଥଳଗୁଡିକରେ ରଖିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ।ତେଲେଙ୍ଗାନା ଏବଂ ଛତିଶଗଡର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପିରଦର୍ଶନ ରକିବାକୁ ଆସୁଥିଲେ ମଧ୍ୟ ଓଡିଶା ସରକାରଙ୍କ ତରଫରୁ କୌଣସି ମନ୍ତ୍ରୀ ନା ସଚିବ ବନ୍ୟାଞ୍ଚଳ ପରିଦର୍ଶନ କରିବାକୁ ଆସିଲେ ନାହିଁ, ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସଂତୋଷ ବୃଦ୍ଧି ପାଇଛି।

 

ସମ୍ବନ୍ଧିତ ଖବର