ତେଲେଙ୍ଗାସାହି ଯୁବକଙ୍କୁ ଗୋଡ଼ାଇ ହାଣିବା ଘଟଣା: ୬ଦିନ ମଧ୍ୟରେ ୪ ଜଣଙ୍କୁ ଧରିଲା ପୁଲିସ୍‌

ବାଲେଶ୍ୱର: ବାଲେଶ୍ବର ରେଲୱେ କଲୋନୀ ରାସ୍ତାରେ ଗତ ୧୪ ତାରିଖ ପୂର୍ବାହ୍ନରେ ତେଲେଙ୍ଗାସାହିର ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଅତି ନିର୍ମମ ଭାବେ ହାଣିବା ଘଟଣାରେ ସହଦେବଖୁଣ୍ଟା ଥାନା ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଧରିଥିବା ଜଣାଯାଇଛି। ଧରାପଡ଼ିଥିବା ସମ୍ପୃକ୍ତ ଅଭିଯୁକ୍ତମାନେ ହେଲେ ଷ୍ଟେସନ କଲୋନୀରେ ରହୁଥିବା ସଦର ଥାନା ଅଞ୍ଚଳର ବିନୁ ଓରଫ୍‌ ବିନୋଦ ଦାସ, ନୀଳଗିରି ଥାନା ଅଞ୍ଚଳର ଆକାଶ ପାତ୍ର, ସହଦେବଖୁଣ୍ଟା ଥାନା ଭାସ୍କରଗଞ୍ଜ ଅଞ୍ଚଳର ଶିବ ବେହେରା ଓ ବବ୍‌ଲୁ ଓରଫ୍‌ ସୁନିଲ। ଏମାନଙ୍କୁ ଗିରଫ କରାଯାଇଥିିବା ବେଳେ ସୋମବାର ଦିନ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି।

ଗତ ସୋମବାର ମଧ୍ୟାହ୍ନରେ ସ୍ଥାନୀୟ ତେଲେଙ୍ଗାସାହିର ଲକ୍ଷ୍ମଣ ପାତ୍ରଙ୍କ ପୁଅ କାଳିଆ ଓରଫ୍‌ ଦିବ୍ୟଜିତ ପାତ୍ର(୨୭) ଷ୍ଟେସନରୁ ବାହାରି ଏକୁଟିଆ ରେଲୱେ କଲୋନି ରାସ୍ତାରେ ଘରକୁ ଫେରୁଥିବା ବେଳେ ୬ରୁ ୭ଜଣ ଯୁବକ ହାତରେ ଖଣ୍ଡା, ତେଲେଙ୍ଗାକଟୁରି ଓ ଭୁଜାଲି ଧରି ଆସି ତାକୁ ଅତର୍କିତ ଭାବେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଅାକ୍ରମଣରେ କାଳିଆ ମୁଣ୍ଡ, ମୁହଁ, ହାତ ଓ ଗୋଡ଼ ଗଭୀର ଆଘାତ ହୋଇ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ପଡ଼ିଥିଲେ। ଖବର ପାଇ ସେଠାରେ ସହଦେବଖୁଣ୍ଟା ଥାନା ପୁଲିସ ପହଞ୍ଚିଥିବା ବେଳେ ତାକୁ ଉଦ୍ଧାର କରି ଜିଲ୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ କାଳିଆଙ୍କୁ ପରିବାର ଲୋକ କଟକ ବଡ଼ ଡାକ୍ତରଖାନାକୁ ନେଇଯାଇଥିଲେ। ଏହି ଘଟଣାରେ ତଦନ୍ତ ପାଇଁ ବାଲେଶ୍ବର ଏସ୍‌ପି ସୁଧାଂଶୁଶେଖର ମିଶ୍ର କ୍ରାଇମ ଡିଏସ୍‌ପି ମନୋଜ ରାଉତଙ୍କୁ ନିର୍ଦେଶ ଦେଇଥିଲେ। ତେବେ ୬ ଦିନ ଧରି ଶ୍ରୀ ରାଉତ ଏହି ଘଟଣାର ଛାନ୍‌ଭିନ୍‌ ଚଳାଇବା ପରେ ସମ୍ପୃକ୍ତ ୪ ଜଣ ଯୁବକଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଆଉ ୨ ଜଣ ଫେରାର ଥିବା‌ ବେଳେ ଖୁବ୍‌ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ସେ ଜଣାଇଛନ୍ତି।

52 people arrested for driving under the influence in October | Cape  Business News
Cape Business News

ତେବେ ବାଲେଶ୍ବର ରେଳଷ୍ଟେସନରେ ସ୍ଥାନୀୟ ତେଲେଙ୍ଗାସାହି ଏବଂ ଭାସ୍କରଗଞ୍ଜ ଅଞ୍ଚଳର ଯୁବକମାନଙ୍କ ମଧ୍ୟରେ ଟିକେଟ କଳାବଜାରି ଉକ୍ତ ଘଟଣା ପଛର ମୁଖ୍ୟ କାରଣ ବୋଲି ଜଣାଯାଇଛି। ଆହତ କାଳିଆ କିଛିଦିନ ପୂର୍ବରୁ ଟିକେଟ୍‌କୁ କେନ୍ଦ୍ରକରି ଭାସ୍କରଗଞ୍ଜ ଯୁବକଙ୍କ ସହ ଗଣ୍ଡଗୋଳ କରିଥିଲା। ଏହାକୁ କେନ୍ଦ୍ର କରି ରାଗ ରଖିଥିବା ଭାସ୍କରଗଞ୍ଜ ଅଞ୍ଚଳର ଯୁବକମାନେ ସେଦିନ ତା’ ଉପରେ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର