ବିକ୍ରି ହେଲା ଦୂରଦର୍ଶନ ଟ୍ରାନ୍ସମିଟର

ଦଶରଥପୁର : ଦଶରଥପୁର ବ୍ଲକ୍‌ ପରିସରରେ ଥିବା ଦୂରଦର୍ଶନ ସ୍ୱଳ୍ପଶକ୍ତି ସମ୍ପନ୍ନ ଟ୍ରାନ୍ସମିଟରଟିକୁ ବିକ୍ରି କରିଦିଆଯାଇଛି। ଏଥିପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ମହାରାଷ୍ଟ୍ରର ଏକ କମ୍ପାନି ଏହାକୁ ଓ ଏହି କେନ୍ଦ୍ରର ସମସ୍ତ ଜିନିଷ ୯ ଲକ୍ଷ ଟଙ୍କାରେ କିଣି ନେଇଛି।

କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ବିଭାଗ ପକ୍ଷରୁ ୧୯୯୫ ମସିହା ଜୁନ୍ ମାସ ୧୪ ତାରିଖରେ ଏହି ସ୍ୱଳ୍ପଶକ୍ତି ସମ୍ପନ୍ନ ଟ୍ରାନ୍ସମିଟର ଦଶରଥପୁର ବ୍ଲକ୍‌ ପରିସରରେ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ତତ୍କାଳୀନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ଉଦ୍‌ଘାଟନ କରିଥିଲେ। କିଛିବର୍ଷ ତଳୁ ଏହା ବନ୍ଦ ହୋଇଯାଇଥିଲା। ଏହିସଂସ୍ଥାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଏହି କେନ୍ଦ୍ରରେ ଥିବା ଚେୟାର, ଟେବୁଲ, ଏସି, ଡିସି ଟାୱାର, ଆଲମିରା ସମେତ ସମସ୍ତ ଆସବାବପତ୍ରକୁ ବିକ୍ରି କରିଦିଆଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର