ରାଇସୁଆଁ: ତେଲକୋଇ -କାଳିଆହତା ମୁଖ୍ୟ ରାସ୍ତା ଏବେ ପୂର୍ତ୍ତ ବିଭାଗ ହାତରେ। ତେଲକୋଇ ବ୍ଲକ୍ ମହକୁମା ଠାରୁ ବିମଳା ଶିମିଳିଗୋଡ଼ା ପର୍ଯ୍ୟନ୍ତ ୧୮କିମି ରାସ୍ତାର ଉନ୍ନତୀକରଣ କରାଯିବାକୁ ନେଇ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ସହମତିରେ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।

Advertisment

ବିମଳାଠାରୁ ଭାୟା ରାଇସୁଆଁ ଦେଇ କାଳିଆହତା ପର୍ଯ୍ୟନ୍ତ ୪୬କିମି ରାସ୍ତା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ରାସ୍ତାରେ ଥିବା ‌ପୋଲ ବପଦସଂକୁଳ ଅବସ୍ଥାରେ ରହିଛି।  ଏ ସଂପର୍କରେ ପୂର୍ତ୍ତ ବିଭାଗ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି।