ତାପମାତ୍ରା: ଟିଟିଲାଗଡ଼ରେ ପୁଣି ୪୨ ଡିଗ୍ରି, କିଛି ସ୍ଥାନରେ ଘଣ୍ଟା ପ୍ରତି ୬୦ କିଲୋମିର ବେଗରେ ବୋହିବ ପବନ

ଭୁବନେଶ୍ୱର: ଟିଟିଲାଗଡ଼ରେ ପୁଣି ୪୨ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାର ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ସମୟରେ ସାଧାରଣ ତାପମାତ୍ରା ଠାରୁ ଅଧିକ ଖରା ହେଉଛି। ସେହିଭଳି ଉପକୂଳ ଓଡ଼ିଶାରେ ସାଧାରଣ ତାପମାତ୍ରା ରହିଛି। ଟିଟିଲାଗଡ଼ରେ ଗୁରୁବାର ଅପରାହ୍ନ ୪ଟାରେ ରାଜ୍ୟର ସର୍ବାଧିକ ୪୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳରେ ସର୍ବନିମ୍ନ ୧୬ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ସ୍ୱାଭାବିକ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି।

ପାଣିପାଗ କେନ୍ଦ୍ର ଆକଳନ ଅନୁସାରେ ଆଜି ରାତି ୮ଟା ପରେ ରାଜ୍ୟର କିଛି ସ୍ଥାନରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ଆଶଙ୍କା ରହିଛି। ବଲାଙ୍ଗୀର, କନ୍ଧମାଳ, ଗଜପତି, ନୟାଗଡ଼, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପବନ ବୋହିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର