ଭୁବନେଶ୍ବର : ଦୀର୍ଘ ଦିନ ପରେ ସାରା ଓଡ଼ିଶାରେ ପାରଦ କମିଛି। କେବଳ ସୋନପୁରରେ ପାରଦ ୪୧.୨ଡିଗ୍ରି ଛୁଇଁ ଥିବାବେଳେ ବାକି ଓଡ଼ିଶାରେ ପାରଦ ୪୦ଡିଗ୍ରି ଛୁଇଁନି। ଏପରିକି ଉତ୍ତପ୍ତ ସହର ଟିଟିଲାଗଡ଼ରେ ପାରଦ ଆଜି ୩୧ଡିଗ୍ରିକୁ ଖସି ଆସିଛି। ଗତକାଲି ଏଠାରେ ପାରଦ ୪୩.୮ଡିଗ୍ରି ଥିବାବେଳେ ଆଜି ୧୨.୮ଡିଗ୍ରି କମିଗଲା। କେବଳ ଏତିକି ନୁହେଁ ଗତକାଲି ୧୦ଟି ସହରରେ ପାରଦ ୪୦ଡିଗ୍ରି ଉପରେ ଥିବାବେଳେ ଆଜି କେବଳ ସୋନପୁରରେ ୪୦ଡିଗ୍ରି ଟପିଛି।
ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ହଠାତ୍ ୧୦ରୁ ୧୨ଡିଗ୍ରି କମିଥିବାବେଳେ ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି େଯ, ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାରୁ ତାପମାତ୍ରା କମିଛି। ଆସନ୍ତା ଦୁଇ ଦିନ ଏହିପରି ପାଗ ରହିବ। ସାରା ରାଜ୍ୟରେ ପାରଦ ୪୦ଡିଗ୍ରି ତଳେ ରହିବ।
ଆଜି ସମ୍ବଲପୁର, ହୀରାକୁଦ, ଭବାନିପାଟଣା, ବଲାଙ୍ଗୀର, ଫୁଲବାଣୀ, ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୫ଡିଗ୍ରି ଟପିନଥିବାବେଳେ କୋରାପୁଟରେ ତାପମାତ୍ରା ୨୬.୬ଡିଗ୍ରି ଥିଲା।
ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ଭବାନିପାଟଣାରେ ସର୍ବାଧିକ ୬୦ମିମି ବର୍ଷା ହୋଇଥିବାବେଳେ ପାରାଦୀପରେ ୪୮.୫ମିମି, ଚାନ୍ଦବାଲିରେ ୩୨.୪ମିମି, କୋରାପୁଟରେ ୨୫ମିମି, ବାରିପଦାରେ ୧୩ମିମି, ଗୋପାଳପୁର ୧୪.୪ମିମି, ଟିଟିଲାଗଡ଼ରେ ୧୯ମିମି, ସୋନପୁରରେ ୧୦.୮ମିମି ବର୍ଷା ହୋଇଛି। କିନ୍ତୁ ଗତ ୩୬ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୬୫ମିମି ବର୍ଷା ହୋଇଛି।