ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ରେ ତାପାମ୍ରତା ୪୩ ଡିଗ୍ରି ଟପିଛି। ଝାରସୁଗୁଡ଼ାର ତାପମାତ୍ରା ସର୍ବାଧିକ ୪୩.୮ ଡିଗ୍ରି ଛୁଇଁଛି।
ସେହିପରି ସମ୍ବଲପୁରର ତାପମାତ୍ରା ୪୧.୮ ଡିଗ୍ରି ଛୁଇଁଥିବାବେଳେ ରାଉରକେଲାର ତାପମାତ୍ରା ୪୧.୬ ଡିଗ୍ରି ଏବଂ ହୀରାକୁଦ ତାପମାତ୍ରା ୪୧.୪ ଡିଗ୍ରି ଛୁଇଁଥିବା ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।