ତାପମାତ୍ରା: ରାଜ୍ୟର ଏହି ୧୦ ଜିଲ୍ଲାକୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର: ତାପମାତ୍ରା ଆହୁରି ବଢ଼ିବ । ଆଗାମୀ ୫ ଦିନ ପାଇଁ ଓଡ଼ିଶାର ୧୦ଟି ଜିଲ୍ଲାରେ ତାପମାତ୍ରା ଅଧିକ ରହିବ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ଆଗାମୀ ୨୭, ୨୮ ଓ ୨୯ ପାଇଁ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୋନପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

ସେହିପରି ୨୫ ଓ ୨୬ ତାରିଖ ଦିନ ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୋନପୁର, ନୂଆପଡ଼ା, ବରଗଡ଼ା, ଝାରସୁଗୁଡ଼ା, ମାଲକାନଗିରି ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଉଛି ।

ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାତି ଖୁବ୍ ବଢ଼ିଯାଇଛି। ଭାରତୀୟ ପାଣିପାଗ ବିଭାଗ ଦ୍ବାରା ସ୍ଥାପିତ ୨୮ଟି ଅବଲୋକନ କେନ୍ଦ୍ରରୁ ୧୩ରେ ୪୦ ଡିଗ୍ରି ସେଲିସିୟସ୍‌ରୁ ଅଧିକ ଉତ୍ତାପ ରେକର୍ଡ କରାଯାଇଛି। ତେଣୁ, ଗ୍ରୀଷ୍ମ ପ୍ରବାହଜନିତି ପରିସ୍ଥିତିର ମୁକାବିଲା ନିମନ୍ତେ ସ୍ବତନ୍ତ୍ର ରିଲିଫ୍ କମିସନର୍ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଟିଟିଲାଗଡ଼ର ତାପମାତ୍ରା ୪୫. ୮ ଡିଗ୍ରି ସେଲିୟିସ୍‌ରେ ଥିବା ବେଳେ ଭବାନୀପାଟଣାର ତାପମାତ୍ରା ୪୪ ଡିଗ୍ରି ସେଲିସିୟସ୍ ରେକର୍ଡ କରାଯାଇଛି। ସେହିପରି ତାଳଚେରରେ ୪୪. ୩, ବଲାଙ୍ଗିରରେ ୪୪, ସମ୍ବଲପୁରରେ ୪୨. ୨, ବୌଦ୍ଧରେ ୪୧. ୬ ଡିଗ୍ରି ସେଲିସିୟସ୍ ତାପମାତ୍ରା ହୋଇଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର