ସାରା ରାଜ୍ୟରେ ଥଣ୍ଡାର ପ୍ରକୋପ ଜାରି: ଜାଣନ୍ତୁ, ଓଡ଼ିଶାର ବିଭିନ୍ନ ସହରର ଆଜିର ସର୍ବନିମ୍ନ ତାପମାତ୍ରା କେତେ

ଭୁବନେଶ୍ୱର: ଆଜି ବି ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ଜଣାଯାଇଛି।ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ସୋନପୁର ଜିଲ୍ଲାରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଆଜି ସକାଳ ସାଢ଼େ ୮ଟା ବେଳକୁ ଏଠାକାର ସର୍ବନିମ୍ନ ତାପମାତ୍ରା ଥିଲା ୩.୪ ଡିଗ୍ରି ସେଲସିଅସ୍।

ଏହାଛଡ଼ା ଆଜି ରାଜ୍ୟର କେତେକ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦୁଝରରେ ୬.୬ ଡିଗ୍ରି ସେଲସି୍ଅସ୍, ଝାରସୁଗୁଡ଼ାରେ ୭.୩ ଡିଗ୍ରି ସେଲସି୍ଅସ୍, ଦାରିଙ୍ଗିବାଡ଼ିରେ ୫.୫ ଡିଗ୍ରି ସେଲସି୍ଅସ୍, ସମ୍ବଲପୁରରେ ୭.୪ ଡିଗ୍ରି ସେଲସି୍ଅସ୍, ବାଲେଶ୍ୱରରେ ୮.୬ ଡିଗ୍ରି ସେଲସି୍ଅସ୍, କଟକରେ ୧୦.୨ ଡିଗ୍ରି ସେଲସି୍ଅସ୍, ହୀରାକୁଦରେ ୧୦.୧ଡିଗ୍ରି ସେଲସି୍ଅସ୍ , ଟିଟଲାଗଡ଼ରେ ୬.୧ ଡିଗ୍ରି ସେଲସି୍ଅସ୍ ,ଅନୁଗୁଳରେ ୪.୬ ଡିଗ୍ରି ସେଲସି୍ଅସ୍ ,ବାରିପଦାରେ ୯ ଡିଗ୍ରି ସେଲସି୍ଅସ୍ , ସୁନ୍ଦରଗଡ଼ରେ ୯ ଡିଗ୍ରି ସେଲସି୍ଅସ୍ ,ପୁରୀରେ ୧୨ ଡିଗ୍ରି ସେଲସି୍ଅସ୍ ,ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୦.୨ ଡିଗ୍ରି ସେଲସି୍ଅସ୍ ତାପମାତ୍ରା ରହିଛି।


ଆଜି ପାଣିପାଗ ବିଭାଗ ପକ୍ଷରୁ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି କରଯାଇଥିବା ଜିଲ୍ଳାଗୁଡ଼ିକ ହେଉଛି ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା ପୁରୀ,ନୟାଗଡ, ବୌଦ୍ଧ, ସୋନପୁର,ବଲାଙ୍ଗୀର ।
ଅପରପକ୍ଷରେ ଆଜି ରାଜ୍ୟର କେତେକ ସ୍ଥାନରେ ତୁଷାରପାତ ହୋଇଥିବାର ଖବର ମିଳିଛି।କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା,ଦାରିଙ୍ଗିବାଡ଼ି ଓ ସିମନବାଡ଼ିରେ ତୁଷାରପାତ ହୋଇଛି ।

ସମ୍ବନ୍ଧିତ ଖବର