ତାପମାତ୍ରା: ୪୦ ଡିଗ୍ରି ଉପରେ ୭ଟି ସହର, ବଲାଙ୍ଗୀର-ଟିଟିଲାଗଡ଼ରେ ୪୨.୫ ଡ୍ରିଗି ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି । କିନ୍ତୁ ଉପକୂଳ ଓଡ଼ିଶାରେ ଆଜି ଭୋରରୁ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାରୁ ଗତକାଲି ତୁଳନାରେ ଆଜି ରାଜ୍ୟର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଆଜି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡ୍ରିଗ୍ରି ଉପରେ ରେକର୍ଡ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗୀର ଓ ଟିଟିଲାଗଡ଼ରେ ଆଜି ୪୨.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ବଲାଙ୍ଗୀରରେ ୪୩.୮ ଡ୍ରିଗି ସେଲସିୟସ ରେକର୍ଡ କରାଯାଇଥିଲା । ସେହିପରି ଟିଟିଲାଗଡ଼ର ତାପମାତ୍ରା ୪୫.୨ ଡିଗ୍ରି ଥିଲା ।

ଆଜି ଭବାନୀପାଟଣା ଓ ବୌଦ୍ଧରେ ୪୧.୫ ଡିଗ୍ରି ତାପାମାତ୍ରା ରେକର୍ଡ କରାଯାଇଛି । ମାଲକାନଗିରି ଓ ସୋନପୁରରେ ୪୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ତାଳଚେରରେ ୪୦.୧ ଡ୍ରିଗ୍ରି ରେକର୍ଡ ହୋଇଛି । ବର୍ଷା ଯୋଗୁଁ ଭୁବନେଶ୍ୱର ଓ କଟକବାସୀଙ୍କୁ ତାପମାତ୍ରାରୁ ଆଶ୍ୱସ୍ତି ମିଳିଛି ।

ସମ୍ବନ୍ଧିତ ଖବର