ଓଡ଼ିଶାର ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି ତଳେ, ସୋନପୁରରେ ସର୍ବନିମ୍ନ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ତାପମାତ୍ରା ହ୍ରାସ ପାଉଥିବାର ପରିଲକ୍ଷିତ ହେଉଛି। ଓଡ଼ିଶାର ୧୧ଟି ସ୍ଥାନରେ ୧୫ ଡିଗ୍ରିରୁ କମ୍ ତାପମାତ୍ରା ରେକର୍ଡ଼ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସୋନପୁରରେ ୯.୬, ଫୁଲବାଣୀରେ ୧୦.୫, ଦାରିଙ୍ଗବାଡ଼ିରେ ୧୦. ୫, ଅନୁଗୁଳରେ ୧୧ଡିଗ୍ରି, କୋରାପୁଟରେ ୧୧. ୬, ଭବାନୀପାଟଣାରେ ୧୨.୨, ଝାରସୁଗୁଡ଼ାରେ ୧୩ ଡିଗ୍ରି, କେନ୍ଦୁଝରରେ ୧୩.୮, ବାରିପଦାରେ ୧୪.୨, ବଲାଙ୍ଗୀରରେ ୧୪.୬, ସମ୍ବଲପୁରରେ ୧୪. ୭ ତାପମାତ୍ରା ରେକର୍ଡ଼ କରାଯାଇଛି।

ସେହିପରି ଭୁବନେଶ୍ୱରରେ ୧୮ଡିଗ୍ରି ତାପମାତ୍ରା ରେକର୍ଡ଼ ହୋଇଥିବା ବେଳେ କଟକରେ ୧୬.୮ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି । ଆଜି ସକାଳୁ ସକାଳୁ ହାଲୁକା ଶୀତ ଅନୁଭୁତ ହେଉଛି।

ସମ୍ବନ୍ଧିତ ଖବର