ବିଳମ୍ବ ହେଉଛି ମୌସୁମୀ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି, ଓଡ଼ିଶାର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର : ମୌସୁମୀ ଆସିବା ବିଳମ୍ବ ହେଉଥିବାରୁ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ଓଡ଼ିଶାର ୧୦ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଅବଶ୍ୟ କିଛି ଦିନ ପୂର୍ବରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଆଖପାଖରେ ଥିବାବେଳେ ଏବେ ସର୍ବୋଚ୍ଚ ଚାପମାତ୍ରା ୪୨.୬କୁ ଖସିଆସିଛି । ଆଜି ଝାରସୁଗୁଡା ଥିଲା ସବୁଠାରୁ ତତଲା ସହର ।

ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୨.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଝାରସୁଗୁଡା ତଳକୁ ରହିଛି ଅନୁଗୁଳ, ଏଠାକାର ତାପମାତ୍ରା ୪୨.୧ ଡିଗ୍ରୀ ରହିଛି । ଅନୁଗୁଳ ତଳକୁ ରହିଛନ୍ତି ସମ୍ବଲପୁର (୪୨ଡିଗ୍ରୀ ), ହୀରାକୁଦ (୬୧.୬ ଡିଗ୍ରୀ) ତାଳଚେର (୪୦.୫ ଡିଗ୍ରୀ) , ସୋନପୁର (୪୦.୨ ଡିଗ୍ରୀ ) । ତେବେ ରାଜ୍ୟର ୪ଟି ସହର ସୁନ୍ଦରଗଡ଼,ଭଓ୍ଵାନିପାଟଣା,ବଲାଙ୍ଗୀର ଓ ଟିଟିଲାଗଡର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଭୁବନେଶ୍ୱରର ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ ଥିବାବେଳେ କଟକର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି ।

ସମ୍ବନ୍ଧିତ ଖବର