ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି, ଟିଟିଲାଗଡ଼ ତାପମାତ୍ରା ୪୫ ଡିଗ୍ରୀ ଟପିଲା

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ପ୍ରଥମ ଥର ପାଇଁ ତାପମାତ୍ରା ୪୫ ଡିଗ୍ରୀ ଟପିଛି । ଏହି ତାପମାତ୍ରା ଟିଟିଲାଗଡ଼ରେ ରେକର୍ଡ କରାଯାଇଛି । ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।

ସେହିପରି ଆଜି ବଲାଙ୍ଗୀରରେ ୪୩.୫ ଡିଗ୍ରୀ, ତାଳଚେରରେ ୪୩.୩ ଡିଗ୍ରୀ, ସୋନପୁରରେ ୪୩.୨ ଡିଗ୍ରୀ, ଝାରସୁଗୁଡ଼ାରେ ୪୩, ଅନୁଗୁଳ ୪୨.୭ ଡିଗ୍ରୀ , ଭବାନୀପାଟଣା ୪୨.୬ ଡିଗ୍ରୀ, ମାଲକାନଗିରି ୪୨.୫ ଓ  ସମ୍ବଲପୁରରେ ୪୨.୭, ହୀରାକୁଦରେ ୪୨ ଓ ଅନୁଗୋଳରେ ୪୨.୬ ଡିଗ୍ରୀ, ସୁନ୍ଦରଗଡ଼ ୪୨ ଡିଗ୍ରୀ ଓ ଫୁଲବାଣୀ ୪୧.୬ ଡିଗ୍ରୀ, ଚାନ୍ଦବାଲି ୪୦.୭ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଆଶ୍ବସ୍ତିର କଥା ଯେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଆଜି ୪୦ ଡିଗ୍ରୀ ତଳେ ରହିଛି । ଆଜି ଭୁବନେଶ୍ବର ତାପମାତ୍ରା ୩୯.୪ ଡିଗ୍ରୀ ଥିଲା । ଗତ ସପ୍ତାହରେ କ୍ରମାଗତ ଭାବେ କିଛି ଦିନ ଭୁବନେଶ୍ବର ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହରର ମାନତା ପାଇଥିଲା । ସେହିପରି କଟକର ତାପମାତ୍ରା ଆଜି ୩୯.୮ ଡିଗ୍ରୀ ରହିଥିଲା । ସେହିପରି ପୁରୀର ତାପମାତ୍ରା ୩୩ ଡିଗ୍ରୀ ଥିଲା ।

ସମ୍ବନ୍ଧିତ ଖବର