ଭୁବନେଶ୍ବର: ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଫୁଲବାଣୀ, କୋରାପୁଟ ଭଳି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ପର୍ଯ୍ୟନ୍ତ କମିବାକୁ ଥିବା ବେଳେ ସୁନ୍ଦରଗଡ଼, ରାଉରକେଲା, କେନ୍ଦୁଝରଗଡ଼, ଅନୁଗୁଳ, ଢେଙ୍କାନାଳରେ ପାରଦ ୧୬ ଡିଗ୍ରିକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। 

Advertisment

ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରହିଥିଲା। ଫୁଲବାଣୀରେ ୧୪, କୋରାପୁଟରେ ୧୫.୪, ରାଉରକେଲାରେ ୧୬.୨, ଝାରସୁଗୁଡ଼ା ଓ କେନ୍ଦୁଝରରେ ୧୬.୮, ଢେଙ୍କାନାଳରେ ୧୭, ଅନୁଗୁଳରେ ୧୭.୮, ନବରଙ୍ଗପୁରରେ ୧୮.୫, ସୁନ୍ଦରଗଡ଼ରେ ୧୮.୬ ଡିଗ୍ରି ଥିଲା। ଭୁବନେଶ୍ବର ଓ କଟକ ସହରର ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇ ୧୯ ଡିଗ୍ରି ଉପରକୁ ଚାଲିଯାଇଛି।