ରାଉରକେଲା: ଚଳିତ ଥର ଓଡ଼ିଶା, ଛତିଶଗଡ ସମେତ ଅନ୍ୟ କେତୋଟି ରାଜ୍ୟର ପୂର୍ବବର୍ଷ ଅପେକ୍ଷା ତାପମାତ୍ରା ହାରାହାରି ୫ ଡିଗ୍ରୀ ଅଧିକ ରହିଛି। ଏଥିରେ ମଧ୍ୟରେ ରହିଛି ପଶ୍ଚିମ ଓଡ଼ିଶାର ସ୍ମାର୍ଟ ସିଟି ରାଉରକେଲା। ଗତବର୍ଷ ସହରର ସର୍ବାଧିକ ତାପମାତ୍ରା ୪୫.୫ ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ଯଦି ଚଳିତ ଥର ପାଣିପାଗର ପୂର୍ବ ଅନୁମାନ ସତ ହୁଏ, ସହର ସ୍ଥିତି ଅସମ୍ଭାଳ ହେବ। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇ ପଡିବ। ଏପ୍ରିଲ ମାସ ଦ୍ବିତୀୟ ସପ୍ତାହ ପରେ ସହରର ତାମପାତ୍ରା ବଢ଼ିଥାଏ। ମାର୍ଚ୍ଚ ଆରମ୍ଭରୁ ସହର ତାପମାତ୍ରା ୩୮ ଡିଗ୍ରୀ ଛୁଇଁଲାଣି। ଗତକାଲି ସହରର ସର୍ବୋଚ୍ଚ ତାପପାତ୍ରା ୩୭ ଡିଗ୍ରୀ, ରବିବାର ୩୬ ଡିଗ୍ରୀ ରହିଥିଲା। ଅନୁରୂପ ଭାବେ ଶନିବାର ୩୬ ଡିଗ୍ରୀ, ଶୁକ୍ରବାର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ଥିଲା। ଅର୍ଥାତ୍ ଦିନକୁ ଦିନ ସହରରେ ତାତି ବଢ଼ିବାରେ ଲାଗିଛି।
ସହରରେ ବଢ଼ୁଥିବା ତାତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ଅଂଶୁଘାତର ମୁକାବିଲା ପାଇଁ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି), ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ଆର୍ଏମ୍ସି ଉପାୟୁକ୍ତ ସୁଧାଂଶୁ ଭୋଇଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ଆର୍ଏମ୍ସିର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପଥଚାରୀ, ବୁଲା ଗାଈଗୋରୁଙ୍କ ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳ ଛତ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ସହରବାସୀଙ୍କୁ ତାତିରୁ ବର୍ତ୍ତିବାକୁ କ’ଣ କ’ଣ କରିବା ଉଚିତ୍। ନ କରିବା ଉଚିତ୍, ଏ ସଂକ୍ରାନ୍ତରେ ହୋର୍ଡିଂମାନ ଲଗାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ସହରର ଉଦିତନଗର, ମହତାବରୋଡ, ପାନପୋଷ, ମେନ୍ରୋଡ, କୋଏଲନଗର, ଛେଣ୍ଡ, ଦେଓଗାଁ, ବାସନ୍ତି କଲୋନି, ଶକ୍ତିନଗର, ପାୱାର ହାଉସ୍ ରୋଡ, ନୂଆବସ୍ ଷ୍ଟାଣ୍ଡ ଆଦି ସ୍ଥାନରେ ୨୦ରୁ ଅଧିକ ଜଳଛତ୍ର ଖୋଲାଯିବ। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଜଳଛତ୍ର ପରିଚାଳନା ଘରୋଇ ସଂସ୍ଥାକୁ ଦିଆଯିବ। ପ୍ରତ୍ୟେକ ଜଳଛତ୍ରରେ ଜଳ ବଣ୍ଟନ ପାଇଁ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଦୁଇଜଣ ଲେଖାଏଁ ରହିବେ। ଅନୁରୂପ ଆର୍ଜିଏଚ୍ କ୍ୟାବିନ୍ର ସ୍ବତନ୍ତ୍ର ପ୍ରକୋଷ୍ଠ କରାଯାଇଛି। ଶୀତତାପ ନିୟନ୍ତ୍ରିତ ଗୃହରେ ୬ରୁ ଅଧିକ ବେଡ୍ ରହିଛି। ପର୍ଯ୍ୟାପ୍ତ ପରିମାଣରେ ଓଆର୍ଏସ୍ ମଜବୁତ ରଖାଯାଇଛି। ଦାୟିତ୍ବରେ ୨ରୁ ଅଧିକ ଡାକ୍ତର, ନର୍ସଙ୍କୁ ରଖାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଅଂଶୁଘାତରେ ଶିକାର ହେଉଥିବା ରୋଗୀଙ୍କୁ ଏଠାରେ ସ୍ବତନ୍ତ୍ର ଚିକିତ୍ସା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/fhsssssssssssssssssssssssssss.jpg)