ଚିଠି ଲେଖିଲା ଆଇନ୍ ବିଭାଗ : ୬୧ ମନ୍ଦିରର ଅଡିଟ୍‌ କରିବେ ଏଜି

ଭୁବନେଶ୍ବର : ରାଜ୍ୟର ପ୍ରମୁଖ ୬୧ଟି ମନ୍ଦିରର ଅଡିଟ୍‌ କରିବେ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌(ଏଜି)। ଏ ନେଇ ଆଇନ୍‌ ବିଭାଗ ପକ୍ଷରୁ ପ୍ରିନ୍ସିପାଲ୍‌ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ଙ୍କୁ ଲିଖିତ ଭାବେ ଜଣାଯାଇଛି। ପୂର୍ବରୁ ମନ୍ଦିର କର୍ତ୍ତୃପକ୍ଷ ନିଜେ ଅଡିଟ୍‌ କରୁଥିଲେ। କିନ୍ତୁ କିଛି ମନ୍ଦିରରେ ଆର୍ଥିକ ଅନିୟମିତତା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା। ଫଳରେ ସରକାର ଅଡିଟ୍‌ ଦାୟିତ୍ବ ଏଜିଙ୍କୁ ପ୍ରଦାନ କରିଛନ୍ତି। ଅଡିଟ୍‌ ହେବାକୁ ଥିବା ପ୍ରମୁଖ ମନ୍ଦିର ମଧ୍ୟରେ ରହିଛି ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଓ ରାମ ମନ୍ଦିର, କଟକର ଚଣ୍ଡୀ ମନ୍ଦିର, ଜଗତସିଂହପୁରର ଶାରଳା ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର, ଯାଜପୁରର ବିରଜା ମନ୍ଦିର, ଭଦ୍ରକର ଆଖଣ୍ଡଳମଣୀ ମନ୍ଦିର, ବାଲେଶ୍ବରର କ୍ଷୀ‌ରଚୋରା ଗୋପୀନାଥ ମନ୍ଦିର, ସମ୍ବଲପୁରର ସମଲେଶ୍ବରୀ ମନ୍ଦିର ଇତ୍ୟାଦି।

ସମ୍ବନ୍ଧିତ ଖବର