ନାଲକୋନଗର: ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ସିଧ୍ଯେସ୍ବର ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦାନ ହୁଣ୍ଡି ସହ ଦେବୀଙ୍କ ପିନ୍ଧା ଅଳଙ୍କାର ଓ ଅନ୍ୟ ପୂଜା ସାମଗ୍ରୀ ଲୁଟି ନେଇଛନ୍ତି। ତେବେ ମନ୍ଦିର ପୂଜକ,ଓ ମନ୍ଦିର ସଭାପତି ଚକ୍ରଧର ମହାପାତ୍ର ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ମନ୍ଦିରର ପୂଜକ ପ୍ରକାଶ ମହାପାତ୍ର ଓ ମନ୍ଦିର ସଭାପତିଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳେ ମନ୍ଦିର ଖୋଲିବାକୁ ଯିବା ବେଳେ ମନ୍ଦିରର ଭିତର ଗୃହର ଚାବିଭାଙ୍ଗି ପଡ଼ିଥିବା ଓ ଦାନହୁଣ୍ଡି ତିନୋଟି ତାଲ ଭାଙ୍ଗି ତଲେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୂଜକ ମନ୍ଦିର ସଭାପତି ଓ ପରିଚାଳନା କମିଟିକୁ ସୂଚନା ଦେଇଥିଲେ। ଚୋର ଅତି ଚତୁରତାର ସହ ମନ୍ଦିର ଭିତରୁ ମା ଦୁର୍ଗାଙ୍କ ମସ୍ତକ ଓ ଆଖି ପତାରେ ଲାଗିଥିବା ସୁନା ଅଳଙ୍କାର ମାଇକ୍ ମେସିନ୍ ଚୋରି କରି ସାରିବା ପରେ ମନ୍ଦିର ସୁରକ୍ଷା ପାଇଁ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇ ରହିଥିବା ହାର୍ଡ ଡିସ୍କକୁ ଗଲା ବେଳେ ନେଇ ଯାଇଥିଲେ।
ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କାର ହୋଇଥିବା କମିଟି ପକ୍ଷରୁ ପ୍ରକାଶ କରିଛନ୍ତି। ମନ୍ଦିରର ପରିସରରେ ଥିବା ତିନୋଟି ହୁଣ୍ଡି ବାସ୍କରୁ ସମସ୍ତ ଦାନଅର୍ଥ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ।ଏନେଇ ମନ୍ଦିର କମିଟି ଆଜି ସକାଳେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନାଲକୋ ଥାନା ଅଭିଯୋଗ ପରେ ପୁଲିସର ଏକଟିମ୍ ଯାଇ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ପ୍ରାୟ ୧ ବର୍ଷ ପୁର୍ବରୁ ମନ୍ଦିରର ହୁଣ୍ଡିକୁ ଦୁର୍ବୁତ୍ତମାନେ ଚୋରୀ କରିସାରିବାପରେ ନିକଟସ୍ଥ ବିଲ ମାଳରେ ଫିଙ୍ଗି ଦେଇଥିଲେ। ପ୍ରାୟ ଏକ ବର୍ଷ ବ୍ୟବଧାନ ପରେ ପୁଣି ଥରେ ମନ୍ଦିର ଚୋରି ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ଏଭଳି ବାରମ୍ବାର ଚୋରୀ ଘଟଣା ସ୍ଥାନୀୟ ଲୋକମାନେ ପୁଲିସ ପେଟ୍ରୋଲିଙ୍ଗ କରୁନଥିବା ଅଭିଯୋଗ ଆଣିଛନ୍ତି । ପୁଲିସ ଉପରୁ ଆସ୍ଥା ଉଠି ଯାଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।