କଟକ: କଟକରେ ଆଜି ଠାରୁ ସବୁ ଧର୍ମାନୁଷ୍ଠାନ ଖୋଲିଥିବାର ସୂଚନା ମିଳିଛି। ଆଜି କଟକର ପ୍ରସିଦ୍ଧ ଚଣ୍ଡୀ ମନ୍ଦିର, ଗଡ଼ଚଣ୍ଡୀ ମନ୍ଦିର, ଅମରେଶ୍ବର ମନ୍ଦିର ଓ ଗଡ଼ଗଡ଼ିଆ ମହାଦେବ ମନ୍ଦିର ଖୋଲିଛି। ସାମାଜିକ ଦୂରତା ନିୟମ ମାନି ଓ ମାସ୍କ ପିନ୍ଧି ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ପରିଲକ୍ଷିତ ହେଉଛି। ମନ୍ଦିର ଖୋଲିବା ପରେ ସଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କୋଭିଡ ନିୟମ ମାନି ଭକ୍ତମାନେ ଭଗବାନଙ୍କ ଦର୍ଶନ କରୁଛନ୍ତ ।
ଏଣେ ନିୟମ କଡାକଡି ଯାଞ୍ଚ କରିବେ ପୁଜା କମିଟି। ଏନେଇ ସ୍ୱତନ୍ତ୍ର ଏସ୍ଓପି ଜାରି କରିଛନ୍ତି ମହାନଗର ନିଗମ। ଏସଓପି ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
Sambadକରୋନା ମହାମାରୀ ପାଇଁ ଗତ ବର୍ଷ ମାର୍ଚ୍ଚ ୨୦ ତାରିଖରୁ ସହରର ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ଶ୍ରଦ୍ଧାଳଙ୍କୁ ଆସିବା ଉପରେ କଟକଣା ଲଗା ଯାଇଥିଲା। ଦୀର୍ଘ ୯ ମାସ ୧୭ ଦିନ ପରେ ସହରର ସସମ୍ତ ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପାଇଁ ଖୋଲାଯାଇଛି। କୋଭିଡ଼-୧୯ ଗାଇଡଲାଇନକୁ ପାଳନ କରି ମନ୍ଦିର, ମସ୍ଜିଦ୍, ଚର୍ଚ୍ଚ, ଗୁରୁଦ୍ବାର ଆଦି ଧାର୍ମିକ ସ୍ଥାନଗୁଡ଼ିକ ଖୋଲାଯାଇଛି। ଧାର୍ମିକ ଅନୁଷ୍ଠାନ ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Temple-Reponed-in-Cuttack_Thumbnail.jpg)