ଖୋଲିଲା ମନ୍ଦିର, ହରିଶଙ୍କର ପୀଠ ଚଳଚଞ୍ଚଳ

ଧଣ୍ତାମୁଣ୍ତା : ବହୁଦିନ ଧରି ବନ୍ଦ ରହିବା ପରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥକ୍ଷେତ୍ର ହରିଶଙ୍କର ମନ୍ଦିର ରବିବାର ଭକ୍ତଙ୍କ ପାଇଁ ଖୋଲିଛି। ଏଥିପାଇଁ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ପ୍ରକାଶ ଯେ, କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ମାସରୁ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ବନ୍ଦ ରହିଥିଲା। ମନ୍ଦିର ଖୋଲିବା ପରେ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ କଡ଼ା ନିୟମ କରାଯାଇଛି। ୯ମାସ ଧରି ଶୂନଶାନ ପଡ଼ିଥିବା ହରିଶଙ୍କର ପୀଠ ପର୍ଯ୍ୟଟକଙ୍କ ଆଗମନରେ ପୁଣି ଚଳଚଞ୍ଚଳ ହୋଇଉଠିଛି।

ସମ୍ବନ୍ଧିତ ଖବର