ଖୋର୍ଦ୍ଧାରେ ମନ୍ଦିର ଖୋଲା, ଆଲୋଚନା ପରେ ନିଷ୍ପତ୍ତି

ଖୋର୍ଦ୍ଧା : ରାଜ୍ୟ ସରାକାର ଅନ୍‌ଲକ୍-୬ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ତେବେ ଜିଲ୍ଲାସ୍ତରରେ ମନ୍ଦିର, ଦେବାଳୟ, ଧାର୍ମିକ ଅନୁଷ୍ଠାନ ଖୋଲାଯିବ ନା ନାହିଁ ସେନେଇ ସମ୍ପୃକ୍ତ ଜିଲ୍ଲାଧିକାରୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲାପାଳ ଆଲୋଚନା ପରେ ନିଷ୍ପତ୍ତି ନେବେ ବୋଲି କହିବା ପରେ ଖୋର୍ଦ୍ଧା ଗ୍ରାମାଂଚଳରେ ଥିବା ୩୨ରୁ ଉର୍ଦ୍ଧ୍ୱ ପ୍ରସିଦ୍ଧ ଦେବାଳୟ, ମନ୍ଦିର ଓ ଅନ୍ୟ ଧାର୍ମିକ ଅନୁଷ୍ଠାନ ଆସନ୍ତାକାଲି ଠାରୁ ଖୋଲିବା ଉପରେ ସନ୍ଦେହ ସୃଷ୍ଟି ହୋଇଛି ।

ଆଜି ରାଜ୍ୟ ସରକାର ନଭେମ୍ବର ମାସ ନିମନ୍ତେ ଅନ୍‌ଲକ୍‌ ପାଇଁ ଜାରି କରିଥିବା ନିୟମାବଳୀ ସମ୍ପର୍କରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ଜିଲ୍ଲାର ମନ୍ଦିରର ପରିଚାଳନା କମିଟି, ପୁଲିସ ଅଧିକାରୀ, ପ୍ରାଶାସନିକ ଅଧିକାରୀ, ସାମାଜିକ ସଂଗଠନ, ଜନପ୍ରତିନିଧି ଓ ସାମ୍ବାଦିକଙ୍କ ସହ ଆଲୋଚନା ପରେ ମନ୍ଦିର ଓ ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ତେବେ କାର୍ତିକ ମାସ ଚାଲୁଥିବା ଓ ଦୀପାବଳୀ, ବୋଇତବନ୍ଦାଣ ଉତ୍ସବ ଆଦି ରହିଥିବାରୁ ମନ୍ଦିର, ଦେବାଳୟ ଆଦି ଆଉ କିଛି ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର