ଜଙ୍ଗଲ ନିଆଁରୁ ଅସ୍ଥାୟୀ ଘର ଜଳିଗଲା

ତେଲକୋଇ : ତେଲକୋଇ ଥାନା ଖୁଣ୍ଟାପଡ଼ା ନିକଟରେ ଆଜି ସନ୍ଧ୍ୟା ସାଢ଼େ ୭ଟାବେଳେ ଜଙ୍ଗଲ ନିଆଁରୁ ଏକ ଠିକସଂସ୍ଥାର ଅସ୍ଥାୟୀ ଘର ଜଳିଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଖୁଣ୍ଟାପଡ଼ା ଗ୍ରାମ ନିକଟ ପାଞ୍ଚଗୋଛିଆ ପାହାଡ଼ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା। ସେହି ନିଆଁ ବ୍ୟାପି ପାହାଡ଼ ପାଦଦେଶରେ ଥିବା ଏଲ୍‌ ଆଣ୍ଡ ଟି କମ୍ପାନିର ଏକ ଅସ୍ଥାୟୀ ଘର ପୋଡ଼ିଯାଇଛି। ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅସ୍ଥାୟୀ ଘରେ ଥିବା ସିମେଣ୍ଟ, ରଡ୍‌, ପ୍ଲାଏଉଡ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର