ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଟେଣ୍ଟ ସିଟି, ରାତ୍ରିଯାପନ ପାଇଁ ହେଉଛି ସୁବିଧା

ପୁରୀ: ପର୍ଯ୍ୟଟକଙ୍କୁ ଆକୃଷ୍ଟ ଓ ଆକର୍ଷିତ କରିବା ପାଇଁ କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ତିଆରି ହେବ ଅତ୍ୟାଧୁନିକ ଡିଜାଇନରେ ଟେଣ୍ଟ ସିଟି। ପାଖାପାଖି ୫୦ ଏକର ଜାଗାରେ ସମ୍ପୂର୍ଣ୍ଣ ଗ୍ରାମୀଣ ବାତାବରଣ ମଧ୍ୟରେ ୫୦ଟି ଟେଣ୍ଟ୍‌ ସ୍ଥାପନ କରାଯିବ। ଏଠାରେ ପଞ୍ଚତାରକା ହୋଟେଲର ମଜା ଉଠାଇପାରିବେ ପର୍ଯ୍ୟଟକ। ଏକ ମାସ ବ୍ୟାପୀ ଚାଲିବାକୁ ଥିବା ଏହି ଉତ୍ସବ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶାର କଳାକୃତୀ ପ୍ରଦର୍ଶନ, ହସ୍ତଶିଳ୍ପ ଓ ହସ୍ତତନ୍ତ ଷ୍ଟଲ୍‌, ଫୁଡ଼କୋର୍ଟ, ଜଳକ୍ରୀଡ଼ା, ବୋଟିଂ ଆଦିର ସୁବିଧା ଉପଲବ୍ଧ କରାଯିବ।

ଅର୍କକ୍ଷେତ୍ର କୋଣାର୍କରେ ରାଜ୍ୟ ପର୍ଯ୍ୟଟକ ବିଭାଗ ଏକ ନୂଆ ପ୍ରକଳ୍ପ ହାତକୁ ନେବାକୁ ଯାଉଛି। ବେଳାଭୂମିରେ ଅସ୍ଥାୟୀ ଟେଣ୍ଟ୍‌ ସହର ର୍ନିମାଣ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭାଗ ଯୋଜନା କରିଛି। ଏକ ମାସ ବ୍ୟାପୀ ଏକ ସ୍ୱତନ୍ତ୍ର ପର୍ଯ୍ୟଟକ ଉତ୍ସବ ମାଧ୍ୟମରେ ଏହି ନିଆରା ସହରରେ ପର୍ଯ୍ୟଟକମାନଙ୍କୁ ରହିବାର ସୁଯୋଗ ମିଳିବ। ତାହା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଆୟୋଜନ କରାଯିବ। ଏଥିପାଇଁ ଗତକାଲି ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କୋଣାର୍କ ଯାଇ ବିଭିନ୍ନ ଜାଗା ପରିଦର୍ଶନ କରିଛନ୍ତି। ସମ୍ଭବତଃ ଜାନୁଆରି ପ୍ରଥମ ସପ୍ତାହରୁ ଏହି ଉତ୍ସବ ଆରମ୍ଭ ହେବ।

TripAdvisor

ଗୁଜୁରାଟର କଚ୍ଛରେ ହେଉଥିବା ପ୍ରସିଦ୍ଧ ରାନ୍‌ ଉତ୍ସବ ଶେଳୀରେ ଏହି ସହର ର୍ନିମାଣ କରାଯିବ। ଏକ ର୍ନିଦ୍ଦିଷ୍ଟ ପରିମାଣର ଦେୟ ପ୍ରଦାନ କରି ପର୍ଯ୍ୟଟକମାନେ ଏଠାରେ ରାତ୍ରିଯାପନ କରିପାରିବେ। ଏହି କାର୍ଯ୍ୟକ୍ରମର ନାମ ‘ହ୍ଵାଇଟ ସ୍ୟାଣ୍ଡ୍‌ ବିଚ ଫେଷ୍ଟିଭାଲ’ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ କୋଣାର୍କକୁ କେବଳ ଦିନବେଳା ହିଁ ପର୍ଯ୍ୟଟକମାନେ ଆସୁଛନ୍ତି। ସଂଧ୍ୟା ପରେ ଏଠାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ପରି କେଣସି ସୁଯୋଗ ସୃଷ୍ଟି ହୋଇ ନାହିଁ। କେବଳ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ଦେଖିବାକୁ କିଛି ପର୍ଯ୍ୟଟକ ରାତି ପର୍ଯ୍ୟନ୍ତ ରହୁଛନ୍ତି। ତେଣୁ ଏପରି ଉତ୍ସବ ପର୍ଯ୍ୟଟକମାନଙ୍କୁ କୋଣାର୍କରେ ରାତ୍ରି ରହଣୀ ପାଇଁ ଆକୃଷ୍ଟ କରିବ ବୋଲି ପର୍ଯ୍ୟଟନ ବିଭାଗ ଆଶା ରଖିଛି।

ସମ୍ବନ୍ଧିତ ଖବର