ଝାରସୁଗୁଡା ଓ ସମ୍ବଲପୁରରେ ୪୫ ଡିଗ୍ରି ଟପିଲା ପାରଦ

ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ପାଇଁ ରାଜ୍ୟର ପଶ୍ଚିମ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ପାଇଁ ହିଟ୍‌ ୱେଭ୍‌ଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଉ ଏହି କ୍ରମରେ ଆଜି ଦିନବେଳେ ସମ୍ୱଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ୪୫ ଡିଗ୍ରି ଟପିଛି |

ଝାରସୁଗୁଡ଼ାରେ ୪୫.୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ସମ୍ବଲପୁରରେ ୪୫.୨ ଡିଗ୍ରି, ସୋନପୁରରେ ୪୪.୮ ଡିଗ୍ରି, ହୀରାକୁଦରେ ୪୪.୭ ଡିଗ୍ରି, ବୌଦ୍ଧରେ ୪୪.୬ ଡିଗ୍ରି, ବଲାଙ୍ଗୀରରେ ୪୪ ଡିଗ୍ରି, ସୁନ୍ଦରଗଡରେ ୪୩.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି | ସେହିପରି ରାଉରକେଲା-୪୩.୬ ଡିଗ୍ରି, ଭବାନୀପାଟଣା ୪୩.୫ ଡିଗ୍ରି, ତାଳଚେର ୪୩.୨ ଡିଗ୍ରି, ଅନୁଗୁଳ ୪୨.୭ଡିଗ୍ରି, ବାରିପଦା ୪୨.୬ ଡିଗ୍ରି, ବରଗଡ଼ ୪୨.୪ଡିଗ୍ରି, ନୂଆପଡା ୪୨ଡିଗ୍ରି, ଦେବଗଡ ୪୨ ଡିଗ୍ରି, କେଉଁଝର ୪୧.୨ ଡିଗ୍ରି, ଜଗତସିଂହପୁର ଓ ଢେଙ୍କାନାଳରେ ୪୧ଡିଗ୍ରି, କଟକରେ ୪୦.୪ ଡିଗ୍ରି. କେନ୍ଦ୍ରାପଡାରେ ୪୦.୨ ଡିଗ୍ରି, ଫୁଲବାଣୀରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି |

ସମ୍ବନ୍ଧିତ ଖବର