ହୀରାକୁଦର ୧୦ ଗେଟ୍ ଖୋଲା

ସମ୍ବଲପୁର: ଆଗାମୀ ଦିନରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଜଳ ପ୍ରବେଶ ମାତ୍ରା ବଢ଼ୁଥିବାରୁ ଆଜି ହୀରାକୁଦ ଜଳଭଣ୍ଡାରର ପର୍ଯ୍ୟାୟକ୍ରମେ ୧୦ଟି
ଗେଟ୍ ଖୋଲାଯାଇଛି। ଆଜି ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩. ୭୯ ଫୁଟ୍‌ରେ ପହଂଚିଛି। ଏହି ସମୟରେ ଜଳଭଣ୍ଡାରକୁ ୩,୬୫,୨୩୪ କ୍ୟୁସେକ ଜଳପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୧,୮୦,୬୬୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରରୁ ୧୦ଟି ଗେଟ୍‌ ଦେଇ ୧,୫୧,୫୫୦ କ୍ୟୁସେକ ଏବଂ ପାୱାର ଚାନେଲ ଦେଇ ୨୫,୯୯୩ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ଜଳସେଚନ ପାଇଁ ବିଭିନ୍ନ କେନାଲରେ ସର୍ବମୋଟ ୨୮୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସେହିପରି ଶିଳ୍ପାନୁଷ୍ଠାନଗୁଡ଼ିକ ୨୫୨ କ୍ୟୁସେକ ଜଳ ଟାଣୁଛନ୍ତି। ହୀରାକୁଦ ଜଳ ପରିଚାଳନା ପାଇଁ ଥିବା ରୁଲ୍ କର୍ଭ ଅନୁସାରେ, ଅଗଷ୍ଟ ୧୧ ତାରିଖରେ ଜଳସ୍ତର ସର୍ବନିମ୍ନ ୬୦୫ ଫୁଟ୍‌ ଏବଂ ସର୍ବାଧିକ ୬୧୫ ମଧ୍ୟରେ ରହିବା କଥା। ଗତ ବର୍ଷ ୧୧ ଅଗଷ୍ଟରେ ଜଳସ୍ତର ଥିଲା ୬୧୧ ଫୁଟ୍ ମଧ୍ୟରେ ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ( ସକାଳ ୮ଟା ସୁଦ୍ଧା) ଜଳଭଣ୍ଡାରର ଉପର ମୁଣ୍ଡରେ ୧୯.୮୫ ମିଳିମିଟର ଏବଂ ତଳମୁଣ୍ଡରେ ୧୫.୨୫ ମିଳିମିଟର ବର୍ଷା ରେକର୍ଡ କରାଯାଇଛି। ତ‌େବେ, ଆଜି ଦିନ ସାରା କିନ୍ତୁ ଉପରମୁଣ୍ଡରେ ଭଲ ବର୍ଷା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର