ଜଳେଶ୍ବର : ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରୁ ଜଣେ ବିଲ୍ଡରଙ୍କ ପାଖରୁ ୧୫ ଲକ୍ଷ ଟଙ୍କା ଲୁଟିନେଇ ପଶ୍ଚିମବଙ୍ଗ ଖସି ପଳାଉଥିବାବେଳେ ଏକ ୧୦ ଜଣିଆ ଆନ୍ତଃରାଜ୍ୟ ଡକାୟତ ଦଳକୁ କାବୁ କରିଛି ବାଲେଶ୍ବରର ଜଳେଶ୍ବର ପୁଲିସ। ସେମାନଙ୍କଠାରୁ ନଗଦ ୧୫ ଲକ୍ଷ ଟଙ୍କା, ଡକାୟତିରେ ବ୍ୟବହୃତ ଗୋଟିଏ ସ୍କର୍ପିଓ ଓ ମାରୁତି ଆର୍ଟିଗା କାର ସହ ୧୦ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଗିରଫ ଡକାୟତମାନେ ପଶ୍ଚିମବଙ୍ଗର ହାଵଡ଼ା, ଦକ୍ଷିଣ ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର ଜିଲ୍ଲାର ବୋଲି ସୂଚନା ମିଳିଛି।
/sambad/media/post_attachments/wp-content/uploads/2022/06/jaleswar-lootera-300x174.jpg)
ଜୁନ୍ ୧୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ଜଣେ ବିଲ୍ଡର କୌଣସି କାର୍ଯ୍ୟରେ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳକୁ ଆସିଥିବାବେଳେ ଏହି ୧୦ ଜଣିଆ ଡକାୟତ ଦଳ ଭୟଭୀତ କରି ତାଙ୍କଠାରୁ ୧୫ ଲକ୍ଷ ଟଙ୍କା ଲୁଟି ନେଇ ପଶ୍ଚିମବଙ୍ଗ ଅଭିମୁଖେ ଖସି ଆସିଥିଲେ। ଏ ସଂକ୍ରାନ୍ତରେ ଯାଜପୁର ପୁଲିସଠାରୁ ଖବର ପାଇବାପରେ ବାଲେଶ୍ବର ଏସ୍ପି ସୁଧାଂଶୁ ଶେଖର ମିଶ୍ର ଜିଲ୍ଲାର ସମସ୍ତ ଥାନା, ୬୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଜଳେଶ୍ବର ରାଜଘାଟ ନାକା ପଏଣ୍ଟରେ ନିୟୋଜିତ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ରାତି ପ୍ରାୟ ସାଢ଼େ ୯ଟାରେ ଡବ୍ଲୁବି ୦୨ଏଏଚ-୦୩୮୯ ନମ୍ବର ମହିନ୍ଦ୍ରା ସ୍କର୍ପିଓ ଓ ଡବ୍ଲୁବି ୧୪ଏସ-୨୬୬୪ ନମ୍ବର ମାରୁତି ଆର୍ଟିଗା କାର ଦ୍ରୁତଗତିରେ ନାକା ପଏଣ୍ଟ ଆଡ଼କୁ ଆସୁଥିବାବେଳେ ସେଠାରେ ନିୟୋଜିତ ପୁଲିସ କର୍ମଚାରୀ ଅଟକାଇଥିଲେ। ଗାଡ଼ି ଦୁଇଟିକୁ ଯାଞ୍ଚ କରିବା ସମୟରେ ସେଥିରୁ ୧୫ ଲକ୍ଷ ୨୨ ହଜାର ଟଙ୍କା ଓ ୧୦ ଜଣ ଡକାୟତଙ୍କଠାରୁ ୧୦ଟି ମୋବାଇଲ ଜବତ କରାଯାଇଥିଲା। ଗିରଫ ଡକାୟତମାନେ ହେଲେ ହାଵଡ଼ା ଜିଲ୍ଲା ଉଲବେରିଆ ଥାନା ଜଗତପୁରର ସୌମେନ ମାନା (୩୨), ସିଜବେରିଆର ଏସ୍କେ ସାନିରୁଲ ଆଲାମ (୩୫), ବାଗନାନ ଥାନା ମୁର୍ଗାବେଡ଼ିଆର ଅବଦୁଲ୍ ସଲିମ ମଲ୍ଲିକ (୪୨), କାଶ୍ୟବପୁରର ସୁବାସ ବାଗ୍ (୪୭), କୁବବେରିଆର ଅଭିଜିତ ଦାସ (୪୨), ଉଲବେରିଆ ଥାନା କୁଲଗଛିଆର ସଞ୍ଜୟ ଦତ୍ତ (୪୪), ଦକ୍ଷିଣ ଚବିଶପ୍ରଗଣା ଜିଲ୍ଲା ସୋନପୁର ଥାନା ରାଘବପୁର ପୋଲାଘାଟ ଗାଁର ଦୀପ କୁମାର ଦେ (୨୮), ପୂର୍ବ ମେଦିନୀପୁର ଜିଲ୍ଲା ତମଲୁକ ଥାନା ଡୁମରାର ଶୁଭଦୀପ ହାଜିରା (୨୩), ମହିଷାଦଳ ଥାନା ନଇଗୋପାଳପୁରର ଦେବବ୍ରତ ମିଶ୍ର (୪୫)। ଅଭିଯୁକ୍ତମାନେ ଡକାୟତି କରିଥିବା ନେଇ ପୁଲିସ ନିକଟରେ ସ୍ବୀକାର କରିଛନ୍ତି।
/sambad/media/post_attachments/wp-content/uploads/2022/06/jaleswar-lootera-2-300x180.jpg)
ଏ ସଂକ୍ରାନ୍ତରେ ଜଳେଶ୍ବର ଥାନା କେସ୍ ନଂ ୨୭୭/୨୨, ଆଇପିସି ୩୯୫, ୪୧୨ ଓ ୩୦୭ ଦଫାରେ ମାମଲା ରୁଜୁ ହୋଇଥିବାବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଳେଶ୍ବର ଏସ୍ଡିପିଓ ଅଙ୍କିତା କୁମ୍ଭାର ଓ ଥାନା ଆଇଆଇସି ରୋଜାଲିନ୍ ବେହେରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/jaleswar.jpg)