ସୁନ୍ଦରଗଡ଼: ରାଜଗାଙ୍ଗପୁର ଲେବେଲ କ୍ରସିଂ ଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ ପ୍ରକିୟା ତ୍ୱରାନ୍ୱିତ ହୋଇଛି। ନିର୍ମାଣ କାର୍ଯ୍ୟ ନିମନ୍ତେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ସୋନାଖାନ ଓ କାନସବାହାଲ ମଧ୍ୟରେ ଥିବା ଏହି ପ୍ରକଳ୍ପ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ମାତ୍ର ଜମି ଅଧିଗ୍ରହଣ ଜନିତ ସମସ୍ୟା ଥିବାରୁ ୨୦୨୨ରେ ଏହାର ଟେଣ୍ଡର ବାତିଲ କରାଯାଇଥିଲା।
ପ୍ରକାଶ ଥାଉ କି ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମୟରେ ସେ ରାଜଗାଙ୍ଗପୁରର ଏହି ବ୍ରିଜ ନିର୍ମାଣ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ ଓ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ। ୫-ଟି ସଚିବଙ୍କ ଏହି ଗସ୍ତ ସମୟରେ ଜନସାଧାରଣମାନେ ତାଙ୍କୁ ଭେଟି ଥିଲେ ଏବଂ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବାକୁ ୫-ଟି ସଚିବଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ।