ଗୋପାଳପୁର ଆକ୍ରାନ୍ତ ବଢାଇଲେ ଚିନ୍ତା, ସାଙ୍ଗରେ ଆସିଥିବା ଯୁବକଙ୍କ ରିପୋର୍ଟକୁ ଅପେକ୍ଷା : ଏକାଠି କାଠଯୋଡ଼ିରେ ଶୌଚ ହୋଇଥିଲେ

କଟକ : ଗୋପାଳପୁର ଆକ୍ରାନ୍ତ ବଢାଇଲେ ଚିନ୍ତା। ଉକ୍ତ ୨୩ ବର୍ଷୀୟ ଯୁବକ ୧୨ତାରିଖ ଦିନ ପୁଟପର୍ତ୍ତିରୁ କଟକକୁ ଫେରିଥିଲେ। ସାଙ୍ଗରେ ଖାନ୍‌ନଗର ଅଞ୍ଚଳର ଜଣେ ଯୁବକ ବି ଥିଲେ। ସକାଳେ କଟକରେ ପହଞ୍ଚିବା ପରେ ଉଭୟ କାଠଯୋଡ଼ିରେ ଶୌଚ ହେବା ସହ ଏକାଠି ଚା, ବିସ୍କୁଟ ଖାଇଥିଲେ। ସିଧା ବୋସ୍‌ କ୍ବାରାଣ୍ଟିନ୍‌କୁ ନ ଯାଇ ବୁଲାବୁଲି କରି ଅପରାହ୍ମରେ ପହଞ୍ଚିଥିଲେ ବୋସ୍‌ ସଙ୍ଗରୋଧ କେନ୍ଦ୍ରରେ। ଆଜି ତାଙ୍କର ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ହେଲେ ତାଙ୍କ ସହିତ ଏକାଠି ଆସିଥିବା, ବୁଲାବୁଲି କରିଥିବା ଖାନ୍‌ନଗର ଯୁବକଙ୍କ ସ୍ବାବ୍‌ ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା। ତାଙ୍କ ରିପୋର୍ଟ ଆସି ନଥିବା ବେଳେ ଉକ୍ତ ରିପୋର୍ଟକୁ ନେଇ ଚିନ୍ତା ବଢିଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ‌ହେଲା, ଗୋପାଳପୁର ଯୁବକ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ମିଶିଛନ୍ତି ତଥା ଉଭୟ ଯୁବକ ଏକାଠି ବୋସ୍‌ କ୍ବାରାଣ୍ଟିନ୍‌ ପାଖାପାଖି ଅଞ୍ଚଳ ବୁଲାବୁଲି କରିଥିବା ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ, ବର୍ତ୍ତମାନ ବୋସ୍‌ କ୍ବାରାଣ୍ଟିନ୍‌ କେନ୍ଦ୍ରରେ ୪୨ଜଣ ରହୁଥିବା ବେଳେ ସେମାନଙ୍କ ସମସ୍ତଙ୍କ ସ୍ବାବ୍‌ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି। କରୋନା ଆକ୍ରାନ୍ତଜଣକ କ୍ବାରାଣ୍ଟିନ୍‌ ସେଣ୍ଟର୍‌ରେ ରହିଥିବା ସମୟରେ ତାଙ୍କଠାରେ କରୋନା ବାହାରଛି। ସେ ତାଙ୍କ ପରିବାର ସଦସ୍ୟ କିମ୍ବା ବାହାର ଲୋକଙ୍କ ସହିତ ମିଶି ନାହାନ୍ତି। ଏହାକୁ ନେଇ ଜନସାଧାରଣ ଆତଙ୍କିତ ‌ନ ହେବାକୁ ସିଏମ୍‌ସି କମିସନର ଅନନ୍ୟା ଦାସ ଲୋକଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର