ଯାଜପୁର : ହେଲମେଟ ଚେକିଂକୁ ନେଇ ତୁମୁଳ କାଣ୍ଡ

ଯାଜପୁର : ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ବରୀ ବଜାର ଠାରେ ଶୁକ୍ରବାର  ସଂନ୍ଧ୍ୟାରେ ହେଲମେଟ ଚେକିଂ ହେଉଥିବା ବେଳେ ଦୁଇ ଜଣ ଯୁଵକ ବିନା ହେଲମେଟରେ ଥିବାରୁ ଘଟଣା ସ୍ଥଳୁ ଖସି ଯିବାକୁ ଚାହିଁଥିଲେ। ଏହି ସମୟରେ ସେମାନଙ୍କ ଗାଡି ଜଣେ ମହିଳା ପୁଲିସ କର୍ମଚାରୀଙ୍କୁ ଆଘାତ ଦେବାରୁ ଗାଡି ଚାଳକଙ୍କ ସହ ମହିଳା ପୁଲିସ କର୍ମଚାରୀ ଜଣକ ତଳେ ପଡି ଯାଇଥିଲେ। ଏହାର ସୁଯୋଗ ନେଇ ପୁଲିସ କର୍ମଚାରୀ ରାସ୍ତାରେ ଯୁଵକ ଦ୍ବୟଙ୍କୁ ଗୋଡାଇ ଗୋଡାଇ ନିର୍ଧୁମ ମାରିଲେ। ଏହାକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଥାନାଧିାକରୀ, ତହସିଲଦାରଙ୍କୁ ଘେରା ବନ୍ଧି କରି ରଖିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର