ଭୁଲ ଇଞ୍ଜେକ୍ସନ୍ ଦେବାରୁ ରୋଗୀଙ୍କ ମୃତ୍ୟୁକୁ ନେଇ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଉତ୍ତେଜନା

ବାଲେଶ୍ବର : ଚିକିତ୍ସା ଅବହେଳା ଓ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହିଭଳି ଅଭିଯୋଗ ଅଣାଯିବା ପରେ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକ ଓ ସମ୍ପର୍କୀୟ ସିଡିଏମ୍‌ଓ ଅଫିସ ସାମ୍ନାରେ ଶବ ରଖି ପାଟିତୁଣ୍ଡ କରିଛନ୍ତି।

ମୃତ ରୋଗୀ ହେଲେ, ବାଲେଶ୍ବର ଟାଉନ ଥାନା ମାଣିଖମ୍ବ ନୂଆପୁର ଅଞ୍ଚଳର ଶ୍ରୀକାନ୍ତ ଲେଙ୍କା(୬୫)। ପରିବାରର ଅଭିଯୋଗ ଅନୁସାରେ, ଶ୍ରୀକାନ୍ତଙ୍କର ପେଟ ବ୍ୟଥା ହେବାରୁ ଗତକାଲି ସନ୍ଧ୍ୟାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ନର୍ସ ଆସି ଏକ ଇଞ୍ଜେକ୍ସନ୍‌ ଦେବା ପରେ ଶ୍ରୀକାନ୍ତଙ୍କ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। କିଛି ସମୟ ପରେ ଶ୍ରୀକାନ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ପୁଅ ଚନ୍ଦନ ଲେଙ୍କା କହିଛନ୍ତି।

ସମ୍ବନ୍ଧିତ ଖବର