ମତଦାନ ପୂର୍ବରୁ ପ୍ରିଜାଇଡିଂ ଅଫିସରଙ୍କୁ ଘେରିଲେ ଜନତା, ଉତ୍ତେଜନାସ୍ଥଳରେ ପୁଲିସ ଓ ବିଡ଼ିଓ

ଭଦ୍ରକ: ଜିଲ୍ଲାର ଆମ୍ବ୍ରୋଳି ପଞ୍ଚାୟତର ତଲଙ୍ଗ ଗ୍ରାମର ୧ ନମ୍ବର ୱାର୍ଡରେ ସନ୍ଧ୍ୟା ପରେ ବାଲାଟ ପେପର ପୋଲିଂ ଷ୍ଟେସନ ବାହାରକୁ ନେଉଥିବା ଅଭିଯୋଗ ନେଇ ଉତ୍ତେଜନା ସହ ପ୍ରିଜାଇଡିଂ ଅଫିସର ଘେରାଉ କଲେ ଲୋକେ । ଘଟଣାସ୍ଥଳରେ ପୁଲିସ ଓ ବିଡ଼ିଓ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ବୁଝାସୁଝା କରୁଛି। ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲାରେ ୧୬ ତାରିଖରେ ପ୍ରଥମ ପର୍ଯାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଭଦ୍ରକ ଓ ବନ୍ତ ବ୍ଲକରେ ନିର୍ବାଚନ ହେବ । କିନ୍ତୁ ନିର୍ବାଚନ ପୂର୍ବରୁ ଭଦ୍ରକ ବ୍ଲକ ଆମ୍ବରୋଳି ପଞ୍ଚାୟତ ତଳାଙ୍ଗ ୧ ନମ୍ବର ୱାର୍ଡରେ ଉତେଜନା ଦେଖାଦେଇଛି ।

୧ନମ୍ବର ୱାର୍ଡ ଝାଟିଆ ପ୍ରାଇମେରୀ ସ୍କୁଲରେ ପୋଲିଂ ପାଇଁ ପ୍ରସ୍ତୁତି ବେଳେ ନିୟୋଜିତ କର୍ମଚାରୀ ଭୁଲ ବଶତଃ ବାଲାଟ ପେପରର ନିର୍ଦ୍ଧାରିତ ସ୍ଥାନ ବଦଳରେ ଅନ୍ୟ ସ୍ଥାନରେ ଷ୍ଟାମ୍ପ ମାରିଥିଲେ । ପରେ ଏହି ଘଟଣା ଜାଣିବା ପରେ ଦାୟିତ୍ୱରେ ଥିବା ଅଫିସର ସେକ୍ଟର ଅଫିସରଙ୍କୁ ଅବଗତ କରାଇ ବାଲାଟ ପେପର ବଦଳାଇବା ପାଇଁ ଯାଉଥିଲେ। ତେବେ ଏହି ସମୟ ରେ ସ୍ଥାନୀୟ ଲୋକେ ବାଲାଟ ନେଇଯାଉଥିବା ଅଫିସରଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ ।

ତେବେ ପୁଲିସ ପହଞ୍ଚି ଘଟଣା ବିଷୟ  ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବାଲାଟରେ ଭୁଲ ଷ୍ଟାମ୍ପିଂ ବିଷୟରେ ପ୍ରିଜାଇଡିଂ ଅଫିସର ଉପରିସ୍ଥ ଅଧିକାରୀଙ୍କୁ ପୂର୍ବରୁ ଜଣାଇଥିବା ସୂଚନା ମିଳିଛି । ତେବେ ପରେ ଉକ୍ତ ପୋଲିଂ ଷ୍ଟେସନକୁ ନୂଆ ବାଲାଟ ଯାଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଭଦ୍ରକ ବିଡ଼ିଓ ଓ ପୁଲିସ ପହଞ୍ଚି ବୁଝାସୁଝା କରୁଛନ୍ତି। ନୂଆ ବଲେଟ୍ କାଗଜ ଦିଆ ଯିବା ସହ ପ୍ରିଯଦିଂ ଅଧିକାରୀଙ୍କୁ ସେଠାରୁ ବଦଳି କରାଯାଇ ନୂଆ ପ୍ରିଜଡିଂ ଅଫିସରଙ୍କୁ ନିଯୁକ୍ତି ଦିଆ ଯାଇଛି।

ସମ୍ବନ୍ଧିତ ଖବର