ଝାରସୁଗୁଡ଼ା: ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆଜି ରାତିରେ ଯାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛି । ବିମାନ ଛାଡ଼ିବାରେ ବିଳମ୍ବ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଦିଲ୍ଲୀରୁ ସ୍ପାଇସଜେଟ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ଠିକ ସମୟରେ ପହଂଚିଥିଲା । ଏହି ବିମାନଟି ସନ୍ଧ୍ୟା ୫ଟା ୫୦ରେ ଦିଲ୍ଲୀ ଅଭିମୁଖେ ବାହାରିବାର ଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ସଜାଡ଼ିବାରେ ବିଳମ୍ବ ହୋଇଥିବାରୁ ସ୍ପାଇସଜେଟ କର୍ତ୍ତୃପକ୍ଷ ରାତି ୧୦ଟାରେ ଏହାକୁ ବାତିଲ ଘୋଷଣା କରିଥିଲେ । ଏହା ପରେ ଯାତ୍ରୀମାନେ ବିମାନ କର୍ତ୍ତୃପକ୍ଷଙ୍କ ଉପରେ ବିରକ୍ତି ପ୍ରକାଶ କରି ଉତ୍ତେଜନା ପ୍ରକାଶ କରିଥିଲେ ।
ବିମାନ ବିଳମ୍ବରେ ଛାଡ଼ିବାରୁ ଝାରସୁଗୁଡ଼ା ବିମାନବନ୍ଦରରେ ଉତ୍ତେଜନା
/sambad/media/post_attachments/wp-content/uploads/2018/09/SBPHO16-JSG-airport.jpg-f.jpg)