ଝାରସୁଗୁଡା: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏବେ ତାହା ଜାରି ରହିଛି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର। ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବାକୁ ଥିବାବେଳେ ସମୁଦାୟ ୨ ଲକ୍ଷ ୨୧ ହଜାର ଭୋଟରଙ୍କ ମଧ୍ୟରୁ ୬୨୪୧୯ ଜଣ ପୁରୁଷ ଭୋଟର ଥିବାବେଳେ ୫୯୯୬୩ ଜଣ ମହିଳା ଭୋଟର ରହିଛନ୍ତି । ତେବେ ମତଦାନ ସମୟରେ କିଛି ବୁଥରେ ବିଶୃଙ୍ଖଳା ହୋଇଥିବା ଦେଖିବାକୁ ମିଳିଛି |

Advertisment

ଝାରସୁଗୁଡା ଏକାତାଲିରେ ଥିବା ବୁଥ ନମ୍ବର ୪୯ ଓ ୫୦ରେ ଉତ୍ତେଜନା ଦେଖା ଦେଖାଦେଇଛି |ବିଜେଡି ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିବା ସୂଚନା ରହିଛି | ଏହାପୂର୍ବରୁ ଲାଇକେରା ବ୍ଲକର ୨୩୬ ନମ୍ବର କୁଲେମୁରାଠାରେ ଥିବା ବୁଥରେ ଜଣେ ସାଧାରଣ ଭୋଟରଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇଥିବା ଭୋଟର୍ ଙ୍କ ନାମ ପ୍ରମୋଦ ବେହେରା। ସେ ନିଜର ଅସୁସ୍ଥ ମା’ଙ୍କୁ ସାଙ୍ଗରେ ନେଇ ମତଦାନ କରିବାକୁ ଚାହୁଁଥିଲେ। ହେଲେ ପୁଲିସ ଏହାର ପ୍ରତିବାଦ କରିଥିଲା। ଏହାକୁ ନେଇ ପୁଲିସ ସହ ତାଙ୍କର ବଚସା ହୋଇଥିଲା।

ପୁଲିସ ଉତକ୍ଷିପ୍ତ ହୋଇ ଲାଠିରେ ପ୍ରମୋଦ ବେହେରାଙ୍କୁ ୩ ପାହାର ଦେଇଥିଲା। ସେହିପରି ଗୁଜରାଟୀପଡ଼ା ନଜୁଲ ସରକାରୀ ହିନ୍ଦୀ ସ୍କୁଲରେ ୬୯ ନମ୍ବର ବୁଥରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ | ଉପୁଜିଥିବାର ସେଠାରେ ଉତ୍ତେଜନା ଦେଖାଦେଇଥିଲା।