ନୀଳଗିରି ରଥଯାତ୍ରା ପ୍ରସ୍ତୁତି ବୈଠକରେ ତୁମ୍ବିତୋଫାନ,ରାଣୀ ମନୋଜା ମଞ୍ଜରୀ ଦେବୀ ଓ ପୂର୍ବତନ ବିଧାୟକ ମୁହାଁମୁହିଁ

ନୀଳଗିରି: ମୁହାଁମୁହିଁ ହେଲେ ରାଣୀ ଓ ପୂର୍ବତନ ବିଧାୟକ | ବାଲେଶ୍ଵର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ରେ ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା | କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ସୁକାନ୍ତ ନାୟକ , ଉପଜିଲ୍ଲାପାଳ, ପୁଲିସ ଅଧିକାରୀ, ଠାକୁର ମହଲ ହେରିଟାରୀ ଟ୍ରଷ୍ଟି ସମେତ ବିଭିନ୍ନ ପଦାଧିକାରୀ ,ପୂର୍ବତନ ବିଧାୟକ ,ବରିଷ୍ଠ ବ୍ୟକ୍ତିତ୍ୱଙ୍କ ଉପସ୍ଥିତରେ ରଥ ନିର୍ମାଣ, ରଥଯାତ୍ରା ପରିଚାଳନା ,ଆଇନ ଶୃଙ୍ଖଳା ,କରୋନା କଟକଣା ନେଇ ଆଲୋଚନା ହୋଇଛି ।

ତେବେ କିଛି ଅବ୍ୟବସ୍ଥା ନେଇ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଓ ରାଣୀ ମନୋଜା ମଞ୍ଜରୀ ଦେବୀ ମୁହାଁମୁହିଁ ହୋଇଥିଲେ | ବୈଠକ ରେ ସଭାପତି ଉପଜିଲ୍ଲାପାଳ ଙ୍କ ବଦଳରେ ରାଣୀ ମନୋଜା ମଞ୍ଜରୀ ବୈଠକରେ ପ୍ରାରମ୍ଭିକ ଆଲୋଚନା କରିବାରୁ ତୁମ୍ବିତୋଫାନ ଆରମ୍ଭ ହୋଇଥିଲା।

ଏନେଇ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଓ ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପୂର୍ବ ବର୍ଷ ର କାଠ ର ହିସାବ ନେବା ପାଇଁ ଠାକୁରମାହାଲ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର