ଯୁବକ ନିଖୋଜକୁ ନେଇ ରାଇ‌କିଆରେ ତାତି : ୪ ଘଣ୍ଟା ରାସ୍ତାରୋକ, ୨୫ ଗିରଫ

ରାଇକିଆ : ଜଣେ ଯୁବକଙ୍କ ନିଖୋଜକୁ ନେଇ ଆଜି କନ୍ଧମାଳର ରାଇକିଆରେ ତାତି ଦେଖିବାକୁ ମିଳିଛି। ଉତ୍ତ୍ୟକ୍ତ ଲୋକମା‌ନେ ୪ ଘଣ୍ଟା ଧରି ରାସ୍ତାରୋକ କରିଥିବାବେଳେ ପୁଲିସ୍‌ ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ ଗିରଫ କରିଛି।

ନିଖୋଜ ଯୁବକ ହେଉଛନ୍ତି, କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ଆଲିମାହାର ଶୁଭେନ୍ଦୁ ମଳିକ(୨୧)। ଶୁଭେନ୍ଦୁ ୧୮ ଦିନ ହେଲା ନିଖୋଜ ଅଛନ୍ତି। ଜାନୁଆରି ୨୫ରେ ଏନେଇ ଥାନାରେ ଏତଲା ହୋଇଥିଲା। ହେଲେ ପୁଲିସ ତଦନ୍ତ କରୁନାହିଁ। ଏହାର ପ୍ରତିବାଦରେ ଆଜି ଶତାଧିକ ଗ୍ରାମବାସୀ ସକାଳ ୭ଟାରୁ ରାସ୍ତା ଅବରୋଧ କରି ଦେଇଥିଲେ। ୧୧ ପର୍ଯ୍ୟନ୍ତ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପଟରେ ବହୁ ଯାନବାହାନ ଅଟକି ରହିଥିଲା। ପୁଲିସ୍‌ ହସ୍ତକ୍ଷେପରେ ରାସ୍ତାରୋକ ହଟିଥିବାବେଳେ ୨୫ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର